ହକି ବିଶ୍ୱକପ୍‌ ୨୦୨୩ : ଏଫ୍‌ଆଇଏଚ୍‌ ପ୍ରସ୍ତୁତ କଲା ଅମ୍ପାୟାର ତାଲିକା

362

ହକି ବିଶ୍ୱକପ ୨୦୨୩ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେଉଛି I ମୋଟ ଉପରେ ଚତୁର୍ଥ ତଥା କ୍ରମାଗତ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ହକି ବିଶ୍ୱକପ୍‌ ଭାରତ ଆୟୋଜନ କରୁଥିବା ବେଳେ ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ଏଥିପାଇଁ ଅମ୍ପାୟାର ଏବଂ ଅଫିସିଆଲ୍‌ଙ୍କ ତାଲିକା ନିଜ ଅଫିସିଆଲ ୱେବସାଇଟରେ ଘୋଷଣା ହୋଇଥିଲା । ଟେକ୍ନିକାଲ ଡେଲିଗେଟସ୍‌ ଓ ଅମ୍ପାୟାର ମ୍ୟାନେଜରଙ୍କ ବ୍ୟତୀତ ମୋଟ ୮ ଜଣ ଟେକ୍ନିକାଲ ଅଫିସିଆଲ ଏବଂ ୧୫ ଫିଲï ଅମ୍ପାୟାରଙ୍କ ନାମ ଚୂଡାନ୍ତ କରିଛି । ଏହି ତାଲିକାରେ ଅଷ୍ଟ୍ରେଲିଆର ସର୍ବଧିକ ସଂଖ୍ୟକ ପ୍ରତିନିଧିିବ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଫିଲï ପ୍ରତିନିଧିିବ ବାଦ୍‌ ବିଭିନ୍ନ ରାଷ୍ଟ୍ରରୁ ଅଫିସିଆଲଙ୍କୁ ନିଯୁକ୍ତି ସଂପର୍କରେ ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।
ଏହି ତାଲିକାରେ ଫେଡେରିକୋ ଗାର୍ସିଆ (ଉରୁଗୁଏ), ହଙ୍ଗ୍‌ ଜେନ୍‌ ଲିମ୍‌ (ସିଙ୍ଗାପୁର), ଜାକୁବ ମେଜ୍ଲିକ୍‌ (ଚେକ୍‌ ରିପବ୍ଲିକ୍‌), ମାର୍ସିନ୍‌ ଗ୍ରୋଚାଲ (ପୋଲାଣ୍ଡ୍‌) ଏବଂ ମାର୍ଟିନ୍‌ ମାଡେନ୍‌ (ସ୍କଟ୍ଲାଣ୍ଡ୍‌)ଙ୍କୁ ଫିଲï ଅମ୍ପାୟାର ଭାବେ ପଞ୍ଜୀକୃତ କରାଯାଇଥିଲା ବେଳେ ସାରା ବେନେଟ୍‌ (ଜିମ୍ବାେୱ), ଇଚିରୋ ନିଶିଜାୱା (ଜାପାନ), କାସ୍ପର ଗୁଲ୍ୱାଣ୍ଡ୍ସେନ୍‌ (ଡେନମାର୍କ) ଏବଂ ଥିଏଗୋ ଡି ମାଟୋସ୍‌ (ବ୍ରାଜିଲ) ଟେକ୍ନିକାଲ ଅଫିସିଆଲ ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ଏହି ପୂର୍ଣ୍ଣାଙ୍ଗ ତାଲିକାରେ ବିଶ୍ୱକପ୍‌ ଆୟୋଜକ ଭାରତରୁ ମାତ୍ର ୩ ଜଣ ସାମିଲ ହୋଇଛନ୍ତି । ରଘୁପ୍ରସାଦ ଓ ଜାଭେଦ୍‌ ସେକ୍‌ ଅନଫିଲï ଅମ୍ପାୟାର ଏବଂ ସୋନିଆ ବାଥଲା ଟେକ୍ନିକାଲ ଅଫିସିଆଲ ତାଲିକାରେ ଯୋଡ଼ି ହୋଇଛନ୍ତି । ଅନ୍ୟପକ୍ଷରେ ମାଲେସିଆର ରମାଲାଲ ଅବ୍ଦୁଲଙ୍କ ସହିତ ଓଡ଼ିଶାର ବିଭୁ ନାୟକ ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

Comments are closed, but trackbacks and pingbacks are open.