ହକି ଓ ଧ୍ୟାନଚାନ୍ଦ

45

ଦୀର୍ଘ ବର୍ଷର ଜୟଯାତ୍ରା
ବ୍ରିଟିଶ ସାମ୍ରାଜ୍ୟ ସମୟରେ ହକି ଖେଳର ପ୍ରାରମ୍ଭ ଭାରତୀୟ ଆର୍ମିରେ ହୋଇଥିଲା । ଧୀରେ ଧୀରେ ସାଧାରଣ ଜନତାଙ୍କର ବି ଏହି ଖେଳ ପ୍ରତି ଆକର୍ଷଣ ବଢିବାରେ ଲାଗିଲା ଓ ପରେ ହକି ଭାରତର ପରିଚୟ ପାଲଟିଗଲା । ଏବେ ହକି ବିଶ୍ୱର ଏକ ଲୋକପ୍ରିୟ ଖେଳ ପାଲଟିଥିବା ବେଳେ ଏହା ଅଲମ୍ପିକ୍‌, ୱାଲïର୍କପ୍‌, ଚମ୍ପିଆନସ୍‌ ଟ୍ରଫି ଓ ଏଫ୍‌ଆଇଏଚ୍‌ ପ୍ରି ଲିଗ୍‌ ପରି ବଡ ପ୍ରତିଯୋଗିତାରେ ବି ସାମିଲ ହୋଇସାରିଛି ।

ଧ୍ୟାନଚାନ୍ଦଙ୍କ ସହ ପରିଚିତ ହେଲା ବିଶ୍ୱ:
ବିଶ୍ୱର ସବୁଠୁ ପୁରାତନ କ୍ରୀଡା ମଧ୍ୟରେ ଅନ୍ୟତମ ହକିର ଆରମ୍ଭ ସମ୍ଭବତଃ ୧୫୨୭ ମସିହାରେ ସ୍କଟଲ୍ୟାଣ୍ଡରେ ହୋଇଥିଲା । ସେତେବେଳେ ଏହା ଇଂରାଜୀରେ ହୋକି ନାମରେ ପରିଚିତ ଥିଲା । କିଛି ରେକର୍ଡସ୍‌ରୁ ଜଣାପଡିଛି ଏହି ପ୍ରକାର ଖେଳ ସେ ସମୟରେ ମିଶରରେ ବି ଖେଳାଯାଉଥିଲା । ତେବେ ଆଧୁନିକ ହକିର ଆରମ୍ଭ ଅଷ୍ଟଦଶ ଶତାବ୍ଦୀ ଶେଷ ଭାଗ ଓ ଉନବିଂଶ ଶତାବ୍ଦୀ ପ୍ରାରମ୍ଭରେ ହୋଇଥିଲା । ସେତେବେଳେ ଏହା ସ୍କୁଲରେ ଏକ ଲୋକପ୍ରିୟ ଖେଳ ଥିଲା । ୧୮୫୦ରେ ବ୍ରିଟିଶ ସାମ୍ରାଜ୍ୟ ପକ୍ଷରୁ ଏହାକୁ ଭାରତୀୟ ଆର୍ମିରେ ସାମିଲ କରାଯାଇଥିଲା । ହକି ଲାଗି ବିଶେଷ କୌଣସି ଉପକରଣର ଆବଶ୍ୟକତା ନ ଥିବାରୁ ଏହି ଖେଳ ଭାରତରେ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଗଲା । ଭାରତରେ ପ୍ରଥମ ହକି କ୍ଲବ ୧୮୫୫ରେ କୋଲକାତାରେ ପ୍ରତିଷ୍ଠା କରାଗଲା । ୧୯୨୫ରେ ଭାରତୀୟ ହକି ସଂଘ(ଆଇଏଚ୍‌ଏଫ୍‌)ର ସ୍ଥାପନା ହୋଇଥିଲା ଓ ଏହାର ଏକ ବର୍ଷ ପୂର୍ବରୁ ଅନ୍ତଃରାଷ୍ଟ୍ରୀୟ ହକି ସଂଘ (ଏଫ୍‌ଆଇଏଚ୍‌)ର ଆରମ୍ଭ ହୋଇଥିଲା । ଆଇଏଚ୍‌ଏଫ୍‌ର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଟୁର ୧୯୨୬ରେ ହୋଇଥିଲା ଓ ଏହା ନ୍ୟୁଜିଲାଣ୍ଡ ଯାତ୍ରା କରିଥିଲା । ଏଠାରେ ଭାରତୀୟ ହକି ଟିମ୍‌ ୨୧ ମ୍ୟାଚ୍‌ ଖେଳିଥିଲା ଓ ସେଥିମଧ୍ୟରୁ ୧୮ରେ ବିଜୟ ହାସଲ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଧ୍ୟାନଚାନ୍ଦ ପରି ପ୍ରସିଦ୍ଧ ହକି ତାରକାଙ୍କ ସହ ବିଶ୍ୱ ପରିଚିତ ହୋଇଥିଲା ଯିଏକି ସର୍ବଶ୍ରେଷ୍ଠ ସର୍ବକାଳୀନ ଖେଳାଳୀ ଭାବରେ ରେକର୍ଡ କରିଛନ୍ତି ।

Comments are closed, but trackbacks and pingbacks are open.