ବିଶ୍ୱକପ ହକିରେ ସର୍ବାଧିକ ମ୍ୟାଚ୍‌ ଖେଳିଛି ନେଦରଲାଣ୍ଡ

51

ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଥିଲା ବେଳେ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆୟୋଜକ ରହିଛି । ଏଥର ଭୁବନେଶ୍ୱର (କଳିଙ୍ଗ ଷ୍ଟାଡିୟମ୍‌) ଏବଂ ରାଉରକେଲା (ନବନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌) ମିଳିତ ଭାବେ ଏହି ବିଶ୍ୱକପକୁ ଆୟୋଜନ କରୁଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଆୟୋଜନର ସୁଯୋଗ ପାଇଥିଲା ବେଳେ ପ୍ରଥମ ଥର ପାଇଁ ରାଉରକେଲା ଏଥିରେ ଯୋଡ଼ି ହୋଇଛି । ଏଥର ଓଡ଼ିଶାରେ ଆୟୋଜିତ ବିଶ୍ୱକପ୍‌ ପଞ୍ଚଦଶ ସଂସ୍କରଣ ହେବ । ୧୪ଟି ସଂସ୍କରଣରେ ୬ ଭିନ୍ନ ଭିନ୍ନ ରାଷ୍ଟ୍ର ବିଶ୍ୱକପ୍‌ ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପାକିସ୍ତାନ ସର୍ବାଧିକ ୪ ଥର ବିଜେତା ହୋଇଥିଲା ବେଳେ ନେଦରଲାଣ୍ଡସ୍‌ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏଁ, ଜର୍ମାନୀ ୨ ଥର ଏବଂ ଭାରତ ଓ ବେଲଜିୟମ୍‌ ଥରେ ଲେଖାଏଁ ବିଶ୍ୱ ବିଜେତା ହୋଇଛନ୍ତି । ବେଲଜିୟମ୍‌ ଗତ ବିଶ୍ୱକପ୍‌ (୨୦୧୮, ଓଡ଼ିଶା)ରେ ବିଜେତା ହୋଇଥିଲା । ଅନ୍ୟପକ୍ଷରେ ପାକିସ୍ତାନ (୧୯୭୮, ୧୯୮୨), ଜର୍ମାନୀ(୨୦୨୦, ୨୦୦୬) ଏବଂ ଅଷ୍ଟ୍ରେଲିଆ (୨୦୧୦, ୨୦୧୪) ଲଗାତାର ଦୁଇ ଥର ଲେଖାଏଁ ବିଶ୍ୱକପ୍‌ ଜିତିଥିଲେ । ୧୯୭୧ ମସିହାରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପର ୫୨ ବର୍ଷ ଇତିହାସରେ ୨୬ ଦଳ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଜର୍ମାନୀ, ଭାରତ, ନେଦରଲାଣ୍ଡ୍ସ ଏବଂ ସ୍ପେନ୍‌ ସମସ୍ତ ୧୫ଟିଯାକ ସଂସ୍କରଣରେ ଅଂଶଗ୍ରହଣ କରିଥିଲା ବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆର୍ଜେଣ୍ଟିନା ୧୪ ଥର, ନ୍ୟୁଜିଲାଣ୍ଡ ୧୧ ଥର, ମାଲେସିଆ ୯ ଥର, ବେଲଜିୟମ୍‌ , ଦକ୍ଷିଣ କୋରିଆ ଓ ଦକ୍ଷିଣ ଆଫ୍ରିକା ୭ ଥର ଲେଖାଏଁ, ଜାପାନ ୫ ଥର, ଫ୍ରାନ୍ସ ୩ ଥର, େୱଲ୍ସ ଓ ଚିଲି ମାତ୍ର ଥରେ ଲେଖାଏଁ ବିଶ୍ୱକପ୍‌ ଖେଳିଛନ୍ତି । ତେବେ ଓଡ଼ିଶାରେ ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବା ପୁର୍ବରୁ ବିଶ୍ୱକପରେ ସବୁଠୁ ଅଧିକ ମ୍ୟାଚ୍‌ ଖେଳିଥିବା ଶ୍ରେଷ୍ଠ ୫ ଦଳ ଉପରେ ଆସ;ୁ ନଜର ପକାଇବା । ପରିସଂଖ୍ୟାନ ଅନୁଯାୟୀ ନେଦରଲାଣ୍ଡସ୍‌ ଏକ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।

ନେଦରଲାଣ୍ଡସ୍‌-୧୦୦ ମ୍ୟାଚ୍‌
ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଦେଶ ହେଲା ନେଦରଲାଣ୍ଡସ୍‌ । ଏହି ଦେଶ ସବୁଠୁ ଅଧିକ ୧୦୦ ମ୍ୟାଚ୍‌ ଖେଳି ସାରିଥିଲା ବେଳେ ଜିତିଛି ୬୧ । ବିଶ୍ୱକପ୍‌ ଇତିହାସରେ ସବୁଠୁ ଅଧିକ ଆଧିପତ୍ୟ ବିସ୍ତାରକାରୀ ଦଳ ଭାବେ ପରିଗଣିତ ଏହି ଦଳର ବିଜୟ ହାର ୬୧ ପ୍ରତିଶତ ରହିଛି । ଯାହାକି କେବଳ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ । ସଂପ୍ରତି ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଏହି ଦଳ ତିନି ଥର (୧୯୭୩, ୧୯୯୦ ଓ ୧୯୯୮) ବିଶ୍ୱ ବିଜେତା ହୋଇଥିଲା ବେଳେ ୪ ଥର ଉପବିଜେତା ରହିଛି । ପୁଣି ଆୟୋଜକ ଭାବେ ଏହି ଦେଶ ମଧ୍ୟ ୨ ଥର ଟ୍ରଫି ଜିତିଛି । ଏହି ଦଳ ୧୯୭୮, ୧୯୯୪, ୨୦୧୪ ଏବଂ ଗତ ୨୦୧୮ ବିଶ୍ୱକପରେ ଉପବିଜେତା ହୋଇଥିଲା । ଓଡ଼ିଶାରେ ଆୟୋଜିତ ୨୦୧୮ ସଂସ୍କରଣରେ ନେଦରଲାଣ୍ଡସ୍‌ ୨-୩ (୦-୦) ସୁଟ୍‌ଆଉଟରେ ବେଲଜିୟମ ନିକଟରୁ ହାରିଯାଇଥିଲା ।

Comments are closed, but trackbacks and pingbacks are open.