ହକି ବିଶ୍ୱକପ ୨୦୨୩ : ସଜେଇ ହେଲାଣି ଓଡିଶା

50

ଓଡ଼ିଶା କ୍ରୀଡ଼ା ପାଇଁ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହେବାକୁ ଯାଉଛି । ପୁଣି ଥରେ ପଡ଼ିଆ ଭିତର ପ୍ରଦର୍ଶନ ଅପେକ୍ଷା ଅୟୋଜନ ସଫଳତା ପାଇଁ ଓଡ଼ିଶା ଚର୍ଚ୍ଚା ପରିଧିକୁ ଆସିଛି । ୨୦୨୩ରେ ମଧ୍ୟ ରହିବ । ୨୦୨୨ରେ ଓଡ଼ିଶା ଫିଫା ଯୁବା (୧୭ ବର୍ଷରୁ କମ୍‌) ବିଶ୍ୱକପର ଅନ୍ୟତମ ଆୟୋଜକ ଥିଲା । କଳିଙ୍ଗ ଷ୍ଟାଡିୟମରେ ଭାରତର ସମସ୍ତ ୩ ମ୍ୟାଚ୍‌ ସହ ମୋଟ ୬ ମ୍ୟାଚ୍‌ ଖେଳାଯାଇଥିଲା । ୨୦୨୩ ମସିହାରେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ରାଉରକେଲାର ନବନିର୍ମିତ ବୀର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ଚର୍ଚ୍ଚାରେ ରହିଛି । ଜାନୁଆରୀ ୧୩ରୁ ୨୯ ଯାଏ ଉଭୟ ସ୍ଥାନରେ ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଖେଳାଯିବ । ଉଭୟ ଭେନ୍ୟୁରେ ମଧ୍ୟ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଖେଳାଯିବ । ବୀର୍ଷାମୁଣ୍ଡା ଷ୍ଟାଡିୟମ ନବବଧୂପରି ସଜେଇ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ବିଧିବଦ୍ଧ ଉଦ୍‌ଘାଟନ କରି ବିଶ୍ୱକପ୍‌ ବିଗୁଲ ବଜାଇ ସାରିଛନ୍ତି । କେବଳ ରାଉରକେଲା ନୁହେଁ, କଳିଙ୍ଗ ଷ୍ଟାଡିୟମର କାୟା ବି ବଦଳି ଯାଇଛି। ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସମଗ୍ର କଳିଙ୍ଗ ପାଲଟିବାକୁ ଯାଉଛି ମିନି ବିଶ୍ୱ । ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଟ୍ରଫି ଲଢ଼େଇ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଦଳ ବିଶ୍ୱବିଜେତା ମୁକୁଟ ପିନ୍ଧିବ । ୨୦୧୮ ସଂସ୍କରଣରେ ବେଲଜିୟମ ବାଜି ମାରିଥିଲା । ନେଦରଲାଣ୍ଡସ୍‌ ରୌପ୍ୟ, ଅଷ୍ଟ୍ରେଲିଆ ବ୍ରୋଞ୍ଜ ତଥା ଆୟୋଜକ ଭାରତ ୬ଷ୍ଠ ସ୍ଥାନରେ ରହିଥିଲା। ଅଲିମ୍ପିକ୍ସରେ ବ୍ରୋଞ୍ଜପଦକ ହାତେଇଥିବା ଭାରତ ଏଥର ବିଶ୍ୱକପର ୪୮ବର୍ଷର ପଦକ ଶୂନ୍ୟତାରେ ପୂର୍ଣ୍ଣଛେଦ ପଦକାଇବାକୁ ଲଢ଼ିବ ।

Comments are closed, but trackbacks and pingbacks are open.