ହକି ବିଶ୍ୱକପ୍ ୨୦୨୩ : କୋଭିଡ ଗାଇଡ୍‌ ଲାଇନ ବାଧ୍ୟତାମୂଳକ ନୁହେଁ

49

ଭୁବନେଶ୍ୱର : ଜାନୁୟାରୀ ୧୩ ରୁ ୨୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ମହାକୁମ୍ଭ I ଏଥିରେ ୧୬ ଟି ଦେଶ ଦଳ ଅଂଶ ଗ୍ରହଣ କରିବେ I ଖେଳାଳିଙ୍କ ସହିତ ବହୁ ଦେଶ ବିଦେଶରୁ ହକି ପ୍ରେମୀମାନେ ଖେଳ ଦେଖିବାକୁ ଆସିବେ। ତେଣୁ ବିଶ୍ୱକପ୍ ସୁପରିଚାଳନା ଯଥା ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୁଲିସ ପାଇଁ ଚାଲେଜିଂ ରହିବ। ସେପଟେ ମୁଣ୍ଡ ଟେକୁଥିବା କରୋନା କୁ ନେଇ ଚିନ୍ତା ଘାରିଲାଣି I ସମ୍ପ୍ରତି କରଣର ନୂଆ ପ୍ରଜାତି ବି.ଏଫ.୭ ଚାଇନା ସମେତ ୫ ଦେଶରେ କାୟା ବିସ୍ତା କରିଥିବା ବେଳେ ହକି ବିଶ୍ୱକପ୍‌ କଟକଣା ଭିତରେ ହେବ ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି I

ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ ଲାଇନ ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେହିପରି ହକି ବିଶ୍ୱକପ୍ ରୂପରେଖ ଚୂଡାନ୍ତ ହୋଇ ସାରିଲାଣି I ହକି ମ୍ୟାଚ୍‌ର ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଟିକେଟ୍ ବିକ୍ରି ହୋଇଯାଇଛି । ହକି ମହାକୁମ୍ଭ ପାଇଁ ରାଜ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସମସ୍ତ ଚାଲେଞ୍ଜକୁ ସଫଳତାର ସହ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଆସନ୍ତା ୧୩ରୁ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ରାଉରକେଲା ଷ୍ଟାଡିୟମ୍‌ରେ ୧୬ଟି ଅଂଶଗ୍ରହଣ କାରୀ ଦଳ ରହିବେ। ତେବେ ହୋଟେଲ ତାଜ୍ ଗ୍ରୁପ୍ ସେଠାରେ ଦାୟିତ୍ୱ ପରିଚାଳନାରେ ନିୟୋଜିତ ହେବ। ଖେଳାଳି, କୋଚ୍‌, ଅଫିସିଆଲଙ୍କ ଚାକଚକ୍ୟ ରହଣୀ ସାଙ୍ଗକୁ ଖାଦ୍ୟ ପରଷିବ ତାଜ୍ ହୋଟେଲ।

Comments are closed, but trackbacks and pingbacks are open.