ନୂଆଦିଲ୍ଲୀ: ଜାତୀୟ ରାଜପଥରେ ବାରମ୍ବାର ଯାତାୟାତ କରୁଥିବା ଗାଡ଼ି ମାଲିକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତିକର ଖବର ଆଣିଛନ୍ତି। ଟୋଲ୍ ପ୍ଲାଜାରେ ହେଉଥିବା ଖର୍ଚ୍ଚ କମାଇବା ନିମନ୍ତେ ଆସନ୍ତା ନଭେମ୍ବର ୧ ତାରିଖରୁ ରିହାତି ମୂଲ୍ୟରେ ‘ଲୋକାଲ୍ ଟୋଲ୍ ପାସ୍’ ସୁବିଧା ଉପଲବ୍ଧ ହେବାକୁ ଯାଉଛି। କେବଳ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଅଣ-ବାଣିଜ୍ୟିକ (ପ୍ରାଇଭେଟ୍) ଗାଡ଼ି ମାଲିକମାନେ ହିଁ ଏହି ସେବାର ଫାଇଦା ଉଠାଇପାରିବେ। ଏହି ନୂତନ ନିୟମ ଅନୁଯାୟୀ, ଜାତୀୟ ରାଜପଥ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ବାସ କରୁଥିବା ଗାଡ଼ି ମାଲିକମାନେ ଏହି ପାସ୍ ପାଇଁ ଯୋଗ୍ୟ ବିବେଚିତ ହେବେ। ସହର କିମ୍ବା ପୌରପାଳିକା ସୀମା ବାହାରେ ଥିବା ଟୋଲ୍ ପ୍ଲାଜାଗୁଡ଼ିକ ପାଇଁ ଏହି ପାସ୍ର ବାର୍ଷିକ ମୂଲ୍ୟ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ପୌରପାଳିକା ସୀମା ଭିତରେ ଥିବା ଟୋଲ୍ ପ୍ଲାଜା ପାଇଁ ୩୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ସ୍ୱତନ୍ତ୍ର ପାସ୍ର ବୈଧତା ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ରହିବ।
Comments are closed, but trackbacks and pingbacks are open.