ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

33

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଅଧ୍ୟକ୍ଷତା କରିବେ। ମହିଶୁର ପ୍ୟାଲେଶ୍‍ ଗ୍ରାଉଣ୍ଡରେ ମୁଖ୍ୟ ଉତ୍ସବ ପାଳିତ ହେବ। ଏ ବିଷୟରେ ସୂଚନା ଦେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗଦିବସର ଶୀର୍ଷକ, ମାନବ କଲ୍ୟାଣ ପାଇଁ ଯୋଗ ରହିଛି। ସେ କହିଛନ୍ତି, ସାମ୍ପ୍ରତିକ ବିଶ୍ୱର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶୀର୍ଷକ ମନୋନୀତ କରାଯାଇଛି।
ସେ କହିଛନ୍ତି, କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ଅଂଶଗ୍ରହଣ କରିବେ। ପ୍ରାୟ ୧୫ହଜାର ଲୋକ ଯୋଗାଭ୍ୟାସ କରିବେ। ଦଶହରା ପଡ଼ିଆରେ ଯୋଗାଭ୍ୟାସ ହେବ ଓ ଏହାର ଡିଜିଟାଲ୍‍ ପ୍ରଦର୍ଶନ ହେବ। ୨୦୨୨ ଆନ୍ତର୍ଜାତିକ ଯୋଗ ଦିବସରେ ବିଶ୍ୱର ୨୫ କୋଟି ଲୋକ ଅଂଶଗ୍ରହଣ କରିବାର ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ ୧୯୨ଟି ଦେଶରେ ପାଳନ କରାଯାଉଛି।

Comments are closed, but trackbacks and pingbacks are open.