ମନୋରମ କୋଣାର୍କ ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ |

45

ମନୋରମ କୋଣାର୍କ ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ |
• ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କୋଣାର୍କ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ |

• ବିଭିନ୍ନ କେନ୍ଦ୍ର ସରକାରୀ ସଂଗଠନର ପ୍ରତିନିଧି, ଯୋଗ ବିଶେଷଜ୍ଞଙ୍କ ସହ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ 2500 ରୁ ଅଧିକ ଅଂଶଗ୍ରହଣ କରିଥିଲେ |
• ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେଉଛି “ମାନବିକତା ପାଇଁ ଯୋଗ”

• ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ମହୀଶୂର ଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ଏବଂ ଦେଶକୁ ସମ୍ବୋଧନ କରିଥିଲେ |

ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 21 ଜୁନ୍, 2022 ରେ ଓଡିଶାର କୋଣାର୍କ ସ୍ଥିତ ମନୋରମ ସୂର୍ଯ୍ୟ ମନ୍ଦିର ଠାରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ |

ଆଜି ସକାଳେ ପବିତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ର ସରକାରୀ ସଂଗଠନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୋଗ ବିଶେଷଜ୍ଞଙ୍କ ସମେତ ଦୁଇ ହଜାର ପାଞ୍ଚଶହରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ |

ଏହି ବିଶାଳ ଯୋଗ ପ୍ରଦର୍ଶନରେ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ନିୟମିତ ଯୋଗ ଅଭ୍ୟାସ ଶରୀରକୁ ଶକ୍ତିଶାଳୀ କରିବା ସଂଗେସଂଗେ ଶରୀରର ଅନ୍ତର୍ନିହିତ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ କରିଥାଏ | ଯୋଗ ହେଉଛି ଏକ ପ୍ରାଚୀନ ଉଚ୍ଚ ଆତ୍ମସଂଯମ ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଥିଲା | ଏହା ଦ୍ୱାରା ଶରୀର ଏବଂ ମନର ସମନ୍ୱୟ ରକ୍ଷାକରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ | ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି ଯାହା ମାନବିକତା କୁ  ସୁଦୃଢ କରିଥାଏ |

ସମଗ୍ର ବିଶ୍ୱରେ ଦେଶର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର  ପରିଚୟ ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ଶ୍ରୀ ବୈଷ୍ଣବ କହିଲେ ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ସମଗ୍ର ବିଶ୍ୱରେ ପରିଚିତ କରାଇପାରିଛନ୍ତି | ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର 2014 ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା ଯାହା 21 ଜୁନ୍, 2015 ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଅଛି |

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ |

ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ; ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ ଶ୍ରୀ ଶୁଭେନ୍ଦୁ କୁମାର ସ୍ୱାଇଁ; ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି.ଆର.ଶର୍ମା, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଆୟୁଷ ମନ୍ତ୍ରଣାଳୟ, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ, ପାରା ମିଲିଟାରୀ ଫୋର୍ସ ଏବଂ ଅନ୍ୟାନ୍ୟ କେନ୍ଦ୍ର ସରକାରୀ ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିଥିଲେ | ଏହି ବିଶାଳ ପ୍ରଦର୍ଶନରେ ପୂର୍ବ ତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଶ୍ରୀ ଏଲ.ଭି.ଏସ.ପାତୃଡୁ ପରିଚାଳନା କରିଥିଲେ |  

Comments are closed, but trackbacks and pingbacks are open.