ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

31
PM participates in the mass yoga demonstration, on the occasion of the 8th International Day of Yoga 2022, at Mysore Palace Ground, in Mysuru, Karnataka on June 21, 2022.

ଯୋଗ ଜୀବନର ଅଂଶ ନୁହେଁ, ଜୀବନଶୈଳୀ ପାଲଟିଛି: ପ୍ରଧାନମନ୍ତ୍ରୀI ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଯୋଗ କରିବା ପରେ ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯୋଗ ଦିବସ ବର୍ତ୍ତମାନ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି


ଦେଶର ୭୫ଟି ଆଇକନିକ୍‌ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯାଇଛି । ଯୋଗ ବର୍ତ୍ତମାନ ଜୀବନର ଅଂଶ ନୁହେଁ ଜୀବନଶୈଳୀ ପାଲଟିଛି । ଯୋଗ ଆମ ଶରୀରକୁ ସୁସ୍ଥ ରଖିଥାଏ । ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି । ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

PM participates in the mass yoga demonstration, on the occasion of the 8th International Day of Yoga 2022, at Mysore Palace Ground, in Mysuru, Karnataka on June 21, 2022.

ସେହିପରି ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାସ୍ଥ୍ୟ ଓ ସୁସ୍ଥାତାର ଉପହାର ଯୋଗ ବୋଲି କହିଛନ୍ତି ରାଷ୍ଟ୍ରପତି । ସୁସ୍ଥତା, ମନ, ଶରୀର ଏବଂ ଆତ୍ମାକୁ ସନ୍ତୁଳିତ କରିବା ପାଇଁ ଏକ ସାମଗ୍ରିକ ଉପାୟ ହେଉଛି ଯୋଗ । ରାଷ୍ଟ୍ରପତି ଭବନରେ ଯୋଗ ଦିବସ ପ୍ରଦର୍ଶନରେ ରାଷ୍ଟ୍ରପତି ଅଂଶଗ୍ରହଣ କରିଦେଶବାସୀଙ୍କୁ ଏପରି ସମ୍ବୋଧନ କରିଛନ୍ତି । ଚଳିତ ବର୍ଷର ଯୋଗ ଦିବସ ପାଳନ କରିବାର ବିଷୟବସ୍ତୁ ହେଉଛି ‘ମାନବିକତା ପାଇଁ ଯୋଗ’ ।

Comments are closed, but trackbacks and pingbacks are open.