କ୍ରିସ୍ ଗେଲଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

9

ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସ ଦଳର ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ଛକା ମାରି କ୍ରିସ୍ ଗେଲଙ୍କ ୧୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ଆଇପିଏଲ୍ ସିଜିନରେ ସର୍ବାଧିକ ଛକା ମାରି କ୍ରିସ୍ ଗେଲଙ୍କ ରେକର୍ଡକୁ ଭାଙ୍ଗି ବୈଭବ ଏବେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।ଆଇପିଏଲ୍ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ‘ଏଲିମିନେଟର’ ମ୍ୟାଚରେ ବୈଭବ ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ନାମରେ ପୂର୍ବରୁ ୫୩ଟି ଛକା ରହିଥିଲା। ମ୍ୟାଚରେ ସେ ସନରାଇଜର୍ସ ହାଇଦ୍ରାବାଦର ବିପକ୍ଷରେ ପ୍ରଭାବ ଶାଳି ବ୍ୟାଟିଂ କରି ମାତ୍ର ୧୬ଟି ବଲରେ ଏକ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।କ୍ରିସ୍ ଗେଲ୍ ୨୦୧୨ ଆଇପିଏଲ୍ ସିଜିନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପକ୍ଷରୁ ଖେଳି ଗୋଟିଏ ସିଜିନ୍ ରେ ସର୍ବାଧିକ ୫୯ଟି ଛକା ମାରି ଏକ ବିରାଟ ରେକର୍ଡ ସ୍ଥାପନ କରିଥିଲେ। ଗତ ୧୪ ବର୍ଷ ଧରି ଏହି ରେକର୍ଡକୁ କେହି ଭାଙ୍ଗି ପାରି ନଥିଲେ । କିନ୍ତୁ ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ଶୈଳୀ ବଳରେ ୫୯ ଛକାର ଏହି ମାଇଲଖୁଣ୍ଟକୁ ପାର୍ କରି ଆଇପିଏଲ୍ ଇତିହାସରେ ନିଜ ନାମ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି।

Comments are closed, but trackbacks and pingbacks are open.