ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଏକ ପରମାଣୁ ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଆବୁଧାବିର ଅଲ୍-ଧାଫ୍ରା ଅଞ୍ଚଳରେ ଥିବା ‘ବରାକାହ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ’ର ଉପକଣ୍ଠରେ ଏକ ପାୱାର ଜେନେରେଟର ଉପରେ ଏହି ଆକ୍ରମଣ କରାଯାଇଛି, ଯାହାଫଳରେ ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆବୁଧାବି ମିଡିଆ ଅଫିସ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର)ରେ ଏହି ସୂଚନା ସେୟାର କରାଯାଇଛି । ସରକାରୀ ବୟାନ ଅନୁଯାୟୀ, ବରାକାହ ପରମାଣୁ ପ୍ଲାଣ୍ଟର ଆଭ୍ୟନ୍ତରୀଣ ପରିଧି ବାହାରେ ଥିବା ଏକ ପାୱାର ଜେନେରେଟରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୁରକ୍ଷା କର୍ମୀ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।
Comments are closed, but trackbacks and pingbacks are open.