ବ୍ଲକ୍‌ରେ ଏବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା

13

ଚୌଦ୍ୱାର: ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅରିନ୍ଦମ୍ ରାୟ ବ୍ଲକ୍ ଭିତରେ କାର୍ଯ୍ୟରତ ଥିବା ବ୍ଲକ୍ ଏବିଡ଼ିଓ ଓ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଥିଲା l ଏହି ଘଟଣାକୁ ନେଇ ବ୍ଲକ୍ ଚେୟାରମ୍ୟାନ ମିନାକ୍ଷୀ ଦାସ ଥାନାରେ ଅଭିଯୋଗ କରିଛନ୍ତି । ଦୁଇ ବିଜେପି ନେତା ଓ ତାଙ୍କ କିଛି କର୍ମୀଙ୍କ ବିରୁଦ୍ଧରେ ଟାଙ୍ଗୀ ଥାନାରେ ଏତଲା ଦେଇଛନ୍ତି । ଏଥି ସହିତ ବିଜେଡି ବ୍ଲକ ସଭାପତି ଧୀରେନ୍ଦ୍ର ଜେଠୀଙ୍କ ପକ୍ଷରୁ ଅନ୍ୟ ଏକ ଅଭିଯୋଗ ଟାଙ୍ଗୀ ଥାନାରେ ଦିଆଯାଇଛି । ବ୍ଲକ ସଭାପତି ଲିଖିତ ଭାବେ ଜଣାଇଛନ୍ତି ଯେ, ଯଦି ୨ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ସୋମବାର ଦିନ ବ୍ଲକ ସମ୍ମୁଖରେ ବ୍ଲକର ସବୁ ପଞ୍ଚାୟତର ଲୋକ ମାନଙ୍କ ସହିତ ପ୍ରତିବାଦ କରାଯିବ ।

Comments are closed, but trackbacks and pingbacks are open.