ୟୁକ୍ରେନ ରେଳ ଷ୍ଟେସନରେ ଡ୍ରୋନ୍ ଆକ୍ରମଣ, ୧୩ ଜଣ ରେଳ ଯାତ୍ରୀଙ୍କ ମୃତ୍ୟୁ

20

ନୂଆଦିଲ୍ଲୀ: ୟୁକ୍ରେନର ଡନିପ୍ରୋ ସହରରେ ଥିବା ଏକ ରେଳ ଷ୍ଟେସନରେ ଋଷିଆ ଏକ ମାରାତ୍ମକ ଡ୍ରୋନ୍ ଆକ୍ରମଣ କରିଛି । ଏଥିରେ ୧୩ ଜଣ ରେଳ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ଏକ ଅତ୍ୟାଧୁନିକ ଜେଟ୍-ଚାଳିତ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ଜେଟ୍ ଡ୍ରୋନ୍‌ଟି ଷ୍ଟେସନର ଟ୍ରେନକୁ ଟାର୍ଗେଟ୍ କରିଥିଲ । ଡନିପ୍ରୋ–ଜାପୋରିଝିଆ ଟ୍ରେନ୍ ନଂ ୮୬୬ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଋଷୀୟ ଡ୍ରୋନ୍ ଜାଣିଶୁଣି ସାଧାରଣ ନାଗରିକମାନେ ଯାତ୍ରା କରୁଥିବା ଏକ ଟ୍ରେନ୍‌କୁ ଟାର୍ଗେଟ୍ କରିଥିଲା। ଏହି ଆକ୍ରମଣରେ, ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଋଷ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ମୃତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.