ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାକୁ ନେଇ ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ସ୍ୱୀକାର କରିଛନ୍ତି ଯେ ଦ୍ୱିତୀୟ ସେମିଷ୍ଟାରର ସମସ୍ତ ପ୍ରଶ୍ନପତ୍ର WhatsApp ମାଧ୍ୟମରେ ଲିକ୍ ହୋଇଛି। ଘଟଣାର ତଦନ୍ତ କୁଳପତିଙ୍କ ନେତୃତ୍ୱରେ କରାଯିବା ସହ ସାଇବର ଥାନାରେ ଏତଲା ଦାଖଲ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା +୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ରାଜ୍ୟର ପ୍ରାୟ ୩୦୦ କଲେଜର ହଜାର ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ତେବେ ପରୀକ୍ଷା ପୂର୍ବରୁ ହିଁ ବିଭିନ୍ନ WhatsApp ଗ୍ରୁପ୍ରେ ସମସ୍ତ ପ୍ରଶ୍ନପତ୍ର ବୁଲୁଥିବା ଅଭିଯୋଗ ଉଠିଥିଲା। ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ପ୍ରଶ୍ନପତ୍ର କେଉଁଠୁ ଓ କିପରି ଲିକ୍ ହେଲା, ତାହାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ। ଘଟଣାରେ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସାଇବର ପୋଲିସର ସହାୟତା ନିଆଯିବ ଏବଂ ଡିଜିଟାଲ୍ ଟ୍ରେଲ୍ ଯାଞ୍ଚ କରାଯିବ। ହେଲେ ଯଦି ତଦନ୍ତରେ ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ବିଷୟର ପୁନଃ ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed, but trackbacks and pingbacks are open.