ମାଲକାନଗିରିରେ କଇଁଛ ଚୋରାଚାଲାଣ ଉପରେ ଚଢ଼ାଉ, ୪ ଗିରଫ

20

ମାଲକାନଗିରି: ଧରାପଡ଼ିଛି ଅନ୍ତଃରାଜ୍ୟ କଇଁଛ ଚୋରାଚାଲାଣ ରାକେଟ୍। ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ପୋଲିସ ଓ ବନ ବିଭାଗର ମିଳିତ ଚଢ଼ାଉରେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର ହୋଇଥିବା ବେଳେ ଚୋରାଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁସାରେ, ମୋଟୁ ନିକଟସ୍ଥ ଅନ୍ତଃରାଜ୍ୟ ସୀମାରେ ନିୟମିତ ପାଟ୍ରୋଲିଂ ସମୟରେ ପୋଲିସ ଓ ବନ ବିଭାଗ ଟିମ୍‌କୁ କଇଁଛ ନିଆଯାଉଥିବା ନେଇ ସନ୍ଦେହ ହୋଇଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଭିତରକୁ ବେଆଇନ ଭାବେ କଇଁଛ ଚୋରାଚାଲାଣ କରାଯାଉଥିଲା। ଅଭିଯାନ ବେଳେ ୫୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରାଯିବା ସହ ଚୋରାଚାଲାଣରେ ବ୍ୟବହୃତ ୨ଟି ବାଇକ୍ ଓ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଏମ୍‌ଭି-୧୧୪ ଗାଁର ପ୍ରଭାସ ଯୋଡ଼ାହାର ଓ ନନ୍ଦ ମଣ୍ଡଳ ଏବଂ ଏମ୍‌ପିଭି-୪୭ ଗାଁର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ। ପୋଲିସ ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗ ହାତରେ ହସ୍ତାନ୍ତର କରିଛି।

Comments are closed, but trackbacks and pingbacks are open.