ପୂର୍ବ ଶତ୍ରୁତାରୁ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାଭୁଷି ହତ୍ୟା

20

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୁଜୁମୁରା ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମ ମୁଣ୍ଡାପଡ଼ାରେ ଜଣେ ଯୁବକଙ୍କୁ ନିଷ୍ଠୁର ଭାବେ ଛୁରାଭୁଷି ହତ୍ୟା କରାଯାଇଛି। ମୃତ ଯୁବକଜଣକ ସ୍ଥାନୀୟ ଅଞ୍ଚଳର ଆକାଶ ମୁଣ୍ଡା (୨୧) ବୋଲି ଜଣାପଡ଼ିଛି। ମୃତ ଆକାଶଙ୍କ ବାପା ମଣିରାମ ମୁଣ୍ଡାଙ୍କ ଅଭିଯୋଗ ଆଧାରରେ ଜୁଜୁମୁରା ପୁଲିସ କେସ୍ ନମ୍ବର ୧୭୧/୨୬, ଧାରା ୧୦୯(୧) ବିଏନଏସ ଅନୁସାରେ ମାମଲା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ ନିକଟସ୍ଥ ଲାଙ୍ଗବାହାଲ ଅଞ୍ଚଳର ଅଭିଯୁକ୍ତ ସୁବୋଧ ମୁଣ୍ଡାଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଥାନା ଅଧିକାରୀ ଅନିମା ଏକ୍କା ପ୍ରକାଶ କରିଛନ୍ତି। ଏହି ଅଭାବନୀୟ ଘଟଣା ପରେ ଅନ୍ଧାରୀ ଓ ଲାଙ୍ଗବାହାଲ ଅଞ୍ଚଳରେ ଚାପା ଉତ୍ତେଜନା ବିରାଜମାନ କରିଛି।

Comments are closed, but trackbacks and pingbacks are open.