ଓଡ଼ିଶା DGP ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି

18

ନୂଆଦିଲ୍ଲୀ: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଦାୟର ହୋଇଥିବା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଶୁଣାଣି ସମୟରେ ରାଜ୍ୟ ଆଡଭୋକେଟ ଜେନେରାଲ (ଏଜି) ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖି ସ୍ପଷ୍ଟ କରିଛନ୍ତି ଯେ, ଏହି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ। ବର୍ତ୍ତମାନ ରାଜ୍ୟରେ କାମଚଳା ଡିଜିପି ଭାବେ ବିନୟତୋଷ ମିଶ୍ର ଦାୟିତ୍ଵ ତୁଲାଉଥିବାରୁ, ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ ଶୁଣାଣି କରିବାକୁ ଏଜି କୋର୍ଟଙ୍କୁ ନିବେଦନ କରିଛନ୍ତି।

Comments are closed, but trackbacks and pingbacks are open.