ମାଷ୍ଟରକ୍ୟାଣ୍ଟିନ୍ ହିଂସାତ୍ମକ ଆନ୍ଦୋଳନ: ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି

21

ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଟ୍ୟାକ୍ସି ଓ ଅଟୋ ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାରେ ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଉତ୍ତମ ବ୍ୟବହାରର ମୁଚାଲିକା ଆଧାରରେ ୬୦ ଜଣଙ୍କୁ ନୋଟିସ୍ ଦେଇ ଛଡ଼ାଯାଇଥିବା ବେଳେ ୩୫୪ଟି ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ଖାରବେଳନଗର ଥାନାରେ ମୋଟ ୭ଟି ମାମଲା ପଞ୍ଜିକୃତ ହୋଇଛି। ଏହାମଧ୍ୟରୁ ଜନସାଧାରଣଙ୍କ ଏତଲାକ୍ରମେ ୨ଟି, ‘ଆମ ବସ୍’ କର୍ମଚାରୀଙ୍କ ପକ୍ଷରୁ ୪ଟି ଏବଂ ପୋଲିସ ପକ୍ଷରୁ ଗୋଟିଏ ମାମଲା ਰୁଜୁ କରାଯାଇଛି। ତଦନ୍ତ ଜାରି ଥିବାରୁ ଆଗାମୀ ଦିନରେ ଗିରଫ ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି। ଯେକୌଣସି ବ୍ୟକ୍ତି ଆଇନକୁ ହାତକୁ ନେଲେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

Comments are closed, but trackbacks and pingbacks are open.