ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

9

ନୂଆଦିଲ୍ଲୀ : ଗତ କାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏୟାରପୋର୍ଟରେ ପ୍ୟାରିସରୁ ଫେରୁଥିବା ବେଳେ ଭଗୱନ୍ତ ସିଂ ମାନଙ୍କୁ ୩ ଘଣ୍ଟା ଦିଲ୍ଲୀ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ।ଖବର ମୁତାବକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପ୍ୟାରିସ ଗସ୍ତ କରିଥିଲେ । ସେ ପ୍ୟାରିସରୁ ଫେରିଲା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା । ଆପ୍ ନେତା ସୌରଭ ଭରଦ୍ୱାଜ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।ଆପର ପଞ୍ଜାବ ଗଣମାଧ୍ୟମ ପ୍ରଭାରୀ ବଲତେଜ ପନ୍ନୁ ଏକ୍ସରେ ଏକ ଭିଡିଓ ଜାରି କରି କହିଛନ୍ତି । ତାଙ୍କ କହିବା ଅନୁସାରେ, ରବିବାର ପ୍ୟାରିସରୁ ଫେରିବା ପରେ ମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅଟକାଯାଇଥିଲା lପନ୍ନୁଙ୍କ ଅଭିଯୋଗ ଅନୁସାରେ, ୩ ଘଣ୍ଟା ପରେ ମାନଙ୍କୁ ଯିବାକୁ ଅନୁମତି ମିଳିଥିଲା । ସେ ଗାଡ଼ିରେ ଜିନିଷପତ୍ର ରଖି ଯିବାକୁ ବାହାରିବା ବେଳେ କିଛି ଅଧିକାରୀ ତାଙ୍କ ପାଖକୁ ଆସିଥିଲେ । ଏହାପରେ ତାଙ୍କ ନାଁରେ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା ବୋଲି ପନ୍ନୁ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.