ଭୁବନେଶ୍ୱର: ଆଜି ଟ୍ବିନ ସିଟିରେ ରାବଣ ପୋଡ଼ି ଉତ୍ସବ ପାଇଁ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।ସୂଚନା ଅନୁଯାୟୀ କଟକର ଐତିହାସିକ ତଳ ବାଲିଯାତ୍ରା ପଡ଼ିଆରେ ବାରବାଟୀ ସର୍ବଧର୍ମ ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଭବ୍ୟ ରାବଣ ଉତ୍ସବ ଆୟୋଜିତ ହେଉଛି। ଚଳିତ ବର୍ଷ ଏଠାରେ ଏକ ୮୦ ଫୁଟ୍ ଉଚ୍ଚର ବିରାଟ ରାବଣ ପ୍ରତିକୃତି ନିର୍ମାଣ କରାଯାଇଛି। ମଧ୍ୟରାତ୍ରି ୧୨ଟା ସମୟରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଟକରେ ୪୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରର ୯ଟି ପ୍ରମୁଖ ସ୍ଥାନରେ ରାବଣ ପୋଡ଼ି ପାଇଁ କମିଶନରେଟ୍ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।ବରମୁଣ୍ଡାରେ ୬୦ ଫୁଟ୍ ର ରାବଣ ପ୍ରତିକୃତି , ନୟାପଲ୍ଲୀ ୫୦ ଫୁଟ୍, ସୁନ୍ଦରପଦା-କପିଳପ୍ରସାଦ ୫୦ ଫୁଟ୍, କୋରଡ଼କାନ୍ତା ୬୫ ଫୁଟ୍ ଏବଂ କିସ୍ ରୋଡ୍ ୮୦ ଫୁଟ୍ର ବିରାଟ ପ୍ରତିକୃତି ସହ ସ୍ୱାମୀନାରାୟଣ ମନ୍ଦିର ଶୈଳୀର ତୋରଣ ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ୭ଟା ପରଠାରୁ ବିଭିନ୍ନ ପେଣ୍ଡାଲରେ ରାବଣ ପୋଡି ପ୍ରକ୍ରିୟା ଆରମ୍ଭ ହେବ।
Comments are closed, but trackbacks and pingbacks are open.