ହାତୀ ଆକ୍ରମଣରେ ଯୁବକ ମୃତ

18

ଭୁବନେଶ୍ବର: ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି ଦନ୍ତା। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ୍‌ରେ ପୁଣି ଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଘଉଡ଼ାଇବା ବେଳେ ପାଲଟା ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ହେଲେ ମୋରଡ଼ା ଅଞ୍ଛଳର ମୁକୁନ୍ଦ ଗାଁର କମଳାକାନ୍ତ ସିଂହ। ସୂଚନା ଅନୁସାରେ, ବେତନଟୀ ଅଞ୍ଚଳରେ ୧୩ ଟିକିଆ ଏକ ହାତୀପଲ ଗାଁ ଭିତରକୁ ପଶି ଆସି ଉତ୍ପାତ ଚଳାଇଥିଲେ। କମଳାକାନ୍ତ ଗ୍ରାମବାସୀଙ୍କ ସହ ମିଶି ହାତୀ ଘଉଡ଼ାଉଥିବା ସମୟରେ ହାତୀପଲ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାରମାଇଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଓ ଭୟର ବାତାବରଣ ଖେଳିଯାଇଛି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା କହିଥିଲେ ହେଁ, ବାରମ୍ବାର ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed, but trackbacks and pingbacks are open.