ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

29

ଭୁବନେଶ୍ୱର:ଭାରତର ପୂର୍ବତନ ରାଷ୍ଟ୍ରଦୂତ-କୂଟନୀତିଜ୍ଞ ତଥା ଓଡ଼ିଆ ପୁଅ ଅବସର ବେଉରିଆଙ୍କ ହୃଦଘାତ ଯାଗୁ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଏନେଇ ଶ୍ରୀ ବେଉରିଆ ଚିକିତ୍ସିତ ହେଉଥିବା ଘରୋଇ ଆପୋଲୋ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ଶ୍ରୀ ବେଉରିଆଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ଓଡିଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଥିବା ସ୍ୱର୍ଗତ ବେଉରିଆ ଏକଧାରରେ ଜଣେ ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପକ ଥିଲେ । ନିଜର ଉଚ୍ଚକୋଟିର କାର୍ଯ୍ୟଶୈଳୀ ତଥା କୂଟନୀତିରେ ଦକ୍ଷତା ପାଇଁ ଭାରତ ସରକାର ତାଙ୍କୁ ଆମେରିକା, ଋଷିଆ, ଜାପାନ, ଶ୍ରୀଲଙ୍କା, ସଂଯୁକ୍ତ ଆରବ ଏମିରେଟ୍ସ ଓ ମିଆଁମାର ଭଳି ଦେଶରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ କରାଇଥିଲେ । ସେ ଜି-୭୭ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଭାବରେ ଅଂଶଗ୍ରହଣ କରିଥିଲେ । ଏଥିସହିତ ବହୁବାର ଆନ୍ତର୍ଜାତୀୟ ସମ୍ମିଳନୀରେ ବି ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.