ପାଟନା: ବିହାର ବିଧାନ ପରିଷଦ (MLC) ର ୮ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଶିବିରରେ ବଡ଼ ଫାଟ ନଜର ଆସିଛି। ଆସନ ବୁଝାମଣାକୁ ନେଇ ମେଣ୍ଟର ପ୍ରମୁଖ ସହଯୋଗୀ ଦଳ RJD ଏବଂ କଂଗ୍ରେସ ମଧ୍ୟରେ ସମନ୍ୱୟର ଅଭାବ ଏବେ ଖୋଲାଖୋଲି ପଦାରେ ପଡ଼ିଛି। କଂଗ୍ରେସ ପକ୍ଷରୁ ୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପରେ, ସେଥିରୁ ୩ଟି ଗୁରୁତ୍ୱପୂର୍ଣ୍ଣ ଆସନରେ RJD ପ୍ରାର୍ଥୀଙ୍କ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦଳ ଗୋଟିଏ ମେଣ୍ଟର ଅଂଶୀଦାର ହୋଇଥିଲେ ସୁଦ୍ଧା ପାଟନା ସ୍ନାତକ, ଦରଭଙ୍ଗା ସ୍ନାତକ ଓ କୋସୀ ସ୍ନାତକ ଆସନରେ ଉଭୟ ଦଳର ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏହି ବିବାଦ ପରେ RJD ସାଧାରଣ ସମ୍ପାଦକ ରଣବିଜୟ ସାହୁ କଂଗ୍ରେସକୁ ଉକ୍ତ ଆସନଗୁଡ଼ିକରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ମେଣ୍ଟ ସହଯୋଗୀମାନେ ପରସ୍ପର ବିରୋଧରେ ଲଢ଼ିଲେ ନିର୍ବାଚନରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିହାର କଂଗ୍ରେସ ନେତୃତ୍ୱ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ଶୀଘ୍ର ସମାଧାନ ବାହାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
Comments are closed, but trackbacks and pingbacks are open.