ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

13

ଭୁବନେଶ୍ୱର, ମଇ ୭ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର କେ. ମୋହିନୀ ରାଓ ଏବଂ ଲାବୋରେଟୋରୀ ର ନିର୍ଦ୍ଦେଶକ ତଥା ଅଣୁଜୀବ ବିଜ୍ଞାନ (ମାଇକ୍ରୋବାୟୋଲୋଜି) ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ଯୋଗ ଦେଇ ହାତ ଧୋଇବା ଦ୍ୱାରା କିଭଳି ସଂକ୍ରମଣକୁ କିପରି ଦୂରରେ ରଖିହେବ ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସୁସ୍ଥ ରଖିପାରିବେ ଏ ନେଇ ବିସ୍ତୃତ ଭାବେ ସଚେତନତା ନିମନ୍ତେ ବାର୍ତା ଦେଇଥିଲେ ।
ରୋଗୀ ସେବାରେ ସ୍ୱଚ୍ଛ ହାତର ମହତ୍ୱ ତଥା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ କିଭଳି ସାହାଯ୍ୟ କରେ ତାହା ବକ୍ତାମାନେ ସରଳ ଉପାୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ । ଏଥି ସହିତ ପ୍ରାଚୀନ କାଳରେ ଓ କୋଭିଡ୍ ମହାମାରୀ ସମୟରେ ସ୍ୱଚ୍ଛ ହାତର ମହତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଅଣୁଜୀବ ବିଜ୍ଞାନ ବିଭାଗର ଡାକ୍ତର ଓ ଷ୍ଟାଫ୍ ମାନଙ୍କ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଘ (WHO) ଏ ବର୍ଷର ସ୍ଳୋଗାନ “ହ୍ୱାଏ ଇଜ୍ ସେୟାରିଂ ନଲେଜ୍ ଏବାଉଟ୍ ହ୍ୟାଣ୍ଡ ହାଇଜିନ୍ ଷ୍ଟିଲ୍ ସୋ ଇମ୍ପୋର୍ଟାଂଟ” ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇ ରୋଗୀ ସେବାରେ ଏହାକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବାର୍ତାକୁ ହସ୍ପିଟାଲର ସମସ୍ତ ବିଭାଗୀୟ କର୍ମଚାରୀ ହସ୍ତ ଅଙ୍କିତ ପୋଷ୍ଟର ମାଧ୍ୟମରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ଏବଂ ଶ୍ରେଷ୍ଠ ବିବେଚିତ ପୋଷ୍ଟରକୁ ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଡ୍ରାମା ଏବଂ ନୃତ୍ୟ ପରିବେଷଣ ଜରିଆରେ ସ୍ୱଚ୍ଛ ହାତର ସଠିକ୍ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Comments are closed, but trackbacks and pingbacks are open.