ସମ୍ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ ପାଳିତ

493

ଭୁବନେଶ୍ୱର , ମଇ ୫ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାତର ୨୦୨୨ ଓ ୨୦୨୩ରେ ଶ୍ରେଷ୍ଠ ବିଏସ୍‌କେୱାଇ ହସ୍ପିଟାଲ୍‌ର ମାନ୍ୟତା ପାଇଥିବା ବେଳେ କରୋନା ମହାମାରୀ ସମୟରେ ଚିକିତ୍ସା ଓ ପରିଚାଳନା ନେଇ ଶ୍ରେଷ୍ଠ କୋଭିଡ ହସ୍ପିଟାଲ୍ ଭାବେ ପରିଗଣିତ ହୋଇଛି । ତେବେ ହସ୍ପିଟାଲ୍ ଏହି ସବୁ ପ୍ରତିଷ୍ଠା ପାଇବା କ୍ଷେତ୍ରରେ ଡାକ୍ତରମାନଙ୍କ ସହିତ ନର୍ସମାନଙ୍କ ଅବଦାନର ବଡ଼ ଗୁରୁତ୍ୱ ରହିଛି ବୋଲି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।


ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ସେବିକା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଛନ୍ତି ଯେ ଡାକ୍ତରମାନେ ରୋଗୀମାନଙ୍କର ପରୀକ୍ଷା, ରୋଗ ନିରୂପଣ ଓ ଚିକିତ୍ସା କରୁଥିôବା ବେଳେ ନର୍ସମାନେ ୨୪ ଘଂଟା ଧରି ରୋଗୀମାନଙ୍କର ସେବା କରିଥାନ୍ତି । ତେଣୁ ସେମାନଙ୍କର କାର୍ଯ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ।
ଏହି ଅବସରରେ ରାଜ୍ୟ ସରକାରଙ୍କ ନର୍ସିଂ ବିଭାଗର ନିର୍ଦ୍ଦେଶକ ଡାକ୍ତର ଆର୍ତବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେ ୧୨ ତାରିଖକୁ ନର୍ସିଂ ଦିବସ ଭାବେ ପାଳନ କରାଯାଉଥିବା କହିବା ସହ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ନର୍ସମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ରାଜଯୋଗିନୀ ବି.କେ. ନମିତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାନସିକ ଚାପର ପରିଚାଳନା ଏବଂ ଏ କ୍ଷେତ୍ରରେ ଧ୍ୟାନ କରିବାର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କର ସେବା କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମରେ ଆଡିସ୍ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ ବକ୍ତବ୍ୟ ରଖିଥିବା ବେଳେ ଡେପୁଟି ନସିଂ ସୁପରିଟେଣ୍ଡେଂଟ ଶ୍ରୀମତି ନିରୂପମା ଡଗର ଧନ୍ୟବାଦ ଅର୍ପଣ କରିଥିଲେ । ସେବିକା ସପ୍ତାହ ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସମସ୍ତ କ୍ଲିନିକାଲ୍ ଓ ନନ୍‌କ୍ଲିନିକାଲ୍ ବିଭାଗୀୟ ମୁଖ୍ୟ, ସମସ୍ତ ଡିଏନ୍‌ଏସ୍‌, ଏଏନ୍‌ଏସ୍‌, ନର୍ସିଂ ଅଫିସର, ଇନ୍‌ଟର୍ଣ୍ଣ ଓ ଛାଚ୍ରଛାତ୍ରୀ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.