ପଶ୍ଚିମବଙ୍ଗ ମାଲଦାରେ ଏସ୍ଆଇଆର୍ ପାଇଁ ବିକ୍ଷୋଭ ଓ ଏନ୍ଏଚ୍ ଅବରୋଧ

188

କୋଲକାତା: ପଶ୍ଚିମବଙ୍ଗ ମାଲଦାରେ ଏସ୍ଆଇଆର୍ ପାଇଁ ବିକ୍ଷୋଭ । ମାଲଦାରେ ଭୋଟର ତାଲିକା ପୁନଃ ନିରୀକ୍ଷଣରେ ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟ ଆଜି ପ୍ରବଳ ବର୍ଷିଛନ୍ତି । ଏମିତିକି କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ସକାଳେ ମଦ୍ୟ ପୁରୁଣା ମାଲଦା ଅଞ୍ଚଳରେ ହିଂସା ପ୍ରଦର୍ଶନ ହୋଇଛି । ଲୋକେ ସଡ଼କ ଉପରେ ଏସ୍ଆଇଆର୍ ବିରୁଦ୍ଧରେ ପ୍ରଦର୍ଶନ ହୋଇଛି । ମଙ୍ଗଲବାଡ଼ି ଅଞ୍ଚଳରେ ନାରାୟଣପୁର ବିଏସ୍ଏଫ୍ କ୍ୟାମ୍ପ ନିକଟସ୍ଥ ଜାତୀୟ ରାଜପଥ-୧୨ ଉପରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଭିଡ଼ ହଟାଇବାକୁ ଆସିଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ଦ୍ୱାରା ଡ୍ରାଇଭର୍ ଆହତ ହୋଇଛନ୍ତି । ବାଧ୍ୟ ହୋଇ ପୋଲିସ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରିଛି । ସେହି ଅଞ୍ଚଳରେ ମାଲଦା ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିଯୁକ୍ତ କରାଯାଇଛି । ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ମସୁଲିମ ସମ୍ପ୍ରଦାୟ ସଦସ୍ୟଙ୍କୁ ମତଦାତା ତାଲିକାରୁ ବାଦ କରାଯାଇଛି। ଗତକାଲି ମାଲଦାରେ ଭୋଟର ଏସଆଇଆର କାମରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତକାଲି ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରଦର୍ଶନକାରୀ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ କରି ରଖିଥିଲେ । ଯେବେ ରାତିରେ ସେମାନେ ବାହାରିବାକୁ ଲାଗିଲେ ସେମାନଙ୍କ ଗାଡି ଉପରେ ପଥର ମାଡ ଓ ଲାଠିରେ ହମଲା କରାଯାଇଥିଲା । ସ୍ଥିତିକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚି ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ପୀଠ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ସେହି ଅଞ୍ଚଳରେ ମାଲଦା ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିଯୁକ୍ତ କରାଯାଇଛି । ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ମସୁଲିମ ସମ୍ପ୍ରଦାୟ ସଦସ୍ୟଙ୍କୁ ମତଦାତା ତାଲିକାରୁ ବାଦ କରାଯାଇଛି। ଗତକାଲି ମାଲଦାରେ ଭୋଟର ଏସଆଇଆର କାମରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତକାଲି ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରଦର୍ଶନକାରୀ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ କରି ରଖିଥିଲେ। ଯେବେ ରାତିରେ ସେମାନେ ବାହାରିବାକୁ ଲାଗିଲେ ସେମାନଙ୍କ ଗାଡି ଉପରେ ପଥର ମାଡ ଓ ଲାଠିରେ ହମଲା କରାଯାଇଥିଲା। ସ୍ଥିତିକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚି ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ପୀଠ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । 

Comments are closed, but trackbacks and pingbacks are open.