“ପୁରୀ ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା ‘ସହାୟକ’ WhatsApp Chatbot ସେବା”

183

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ନାଗରିକ ସେବାକୁ ଅଧିକ ସୁବିଧାଜନକ, ଦ୍ରୁତ ଏବଂ ଲୋକାଭିମୁଖୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ “ପୁରୀ ପୋଲିସ ସହାୟକ – WhatsApp Chatbot” ସେବାର ଶୁଭାରମ୍ଭ ହୋଇଯାଇଛି। ଏହି ଆଧୁନିକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଜନତା ଏବଂ ପର୍ଯ୍ୟଟକମାନଙ୍କୁ ୨୪x୭ ଆଧାରରେ ତୁରନ୍ତ ସହାୟତା ପ୍ରଦାନ କରାଯିବ। ପୋଲିସ ସହ ଯୋଗାଯୋଗ କରିବା ଏବଂ ଜରୁରୀ ସୂଚନା ପାଇବା କ୍ଷେତ୍ରରେ ଏହି ଚାଟବଟ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିବ।

Comments are closed, but trackbacks and pingbacks are open.