ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ୩୫ଟି ରାଷ୍ଟ୍ରର ବୈଠକ: ଭାରତକୁ ନିମନ୍ତ୍ରଣ କଲା ବ୍ରିଟେନ

173

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାରରେ ଗଭୀର ସଙ୍କଟ ସୃଷ୍ଟି ହୋଇଛି। ବିଶେଷ କରି ଅନ୍ତର୍ଜାତୀୟ ତୈଳ ପରିବହନର ମୁଖ୍ୟ ମାର୍ଗ ‘ହର୍ମୁଜ୍ ପ୍ରଣାଳୀ’ (Strait of Hormuz) ବନ୍ଦ ହେବା ଫଳରେ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱର ୩୫ଟି ପ୍ରମୁଖ ଦେଶ ଏକତ୍ରିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଆଜି ସୂଚନା ଦେଇଛନ୍ତି ଯେ, ବ୍ରିଟେନ ପକ୍ଷରୁ ଭାରତକୁ ଏହି ବହୁପାକ୍ଷିକ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ଭାରତ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ହର୍ମୁଜ୍ ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ବିଶ୍ୱ ଶକ୍ତି ଯୋଗାଣକୁ ସ୍ୱାଭାବିକ କରିବା ଏହି ବୈଠକର ମୂଳ ଲକ୍ଷ୍ୟ। ବିଶ୍ୱ ଅର୍ଥନୀତି ଉପରେ ପଡ଼ୁଥିବା ଏହି ସଙ୍କଟର ପ୍ରଭାବକୁ ହ୍ରାସ କରିବା ପାଇଁ ସଦସ୍ୟ ଦେଶଗୁଡ଼ିକ ଗୁରୁତ୍ୱାରୋପ କରୁଛନ୍ତି।

Comments are closed, but trackbacks and pingbacks are open.