ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଙ୍କୁ ଗୁଳି କରି ହତ୍ୟା

19

ପଶ୍ଚିମବଙ୍ଗ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୋଲକାତାର ମାଧ୍ୟମ ଗ୍ରାମରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଗତ ସହାୟକ ହେଲେ ଚନ୍ଦ୍ରକାନ୍ତ ରଥ । ସେ ବିଜେପିର ଜଣେ କର୍ମୀ ମଧ୍ୟ ଥିଲେ । ସେ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ତାଙ୍କ ଶରୀରରେ ତିନୋଟି ଗୁଳି ବାଜି ଥିଲା । ଯେଉଁଥିରେ ସେ ପ୍ରାଣ ହରାଇଥିଲେ । ଗୁଳିମାଡରେ କାରର ବାମ ପାର୍ଶ୍ୱ ଝରକା ଭାଙ୍ଗିଯାଇଛି । ଘଟଣାରେ କାର୍ ଚଲାଉଥିବା ବୁଦ୍ଧଦେବ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁଭେନ୍ଦୁଙ୍କ ସହ ଚନ୍ଦ୍ରକାନ୍ତ ଦୀର୍ଘବର୍ଷ ହେବ କାର୍ଯ୍ୟ କରୁଥିଲେ । ବିଜେପିର କାର୍ଯ୍ୟକ୍ରମ ସହ ଶୁଭେନ୍ଦୁଙ୍କ ବୈଠକ ମଧ୍ୟ ସେ ବୁଝାସୁଝା କରୁଥିଲେ । ବିଜଜେପି ନେତାଙ୍କ କୋର୍ ଟିମରେ ସେ ସାମିଲ ଥିଲେ । ଘଟଣାକୁ ନେଇ ଶୁଭେନ୍ଦୁ କହିଛନ୍ତି ଯେ, ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍ । ଦୁର୍ବୃତ୍ତମାନେ ଦୁଇ ତିନି ଧରି ଚନ୍ଦ୍ରକାନ୍ତଙ୍କ ପିଛା କରୁଥିଲେ । ଘଟଣାକୁ ନେଇ ଶୁଭେନ୍ଦୁ କହିଛନ୍ତି ଯେ, ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍ । ଦୁର୍ବୃତ୍ତମାନେ ଦୁଇ ତିନି ଧରି ଚନ୍ଦ୍ରକାନ୍ତଙ୍କ ପିଛା କରୁଥିଲେ । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାର ସଠିକ ତଦନ୍ତ ହେବ ବୋଲି ପଶ୍ଚିମବଙ୍ଗ ପୋଲିସ ଡିଜି କହିଛନ୍ତି ।

Comments are closed, but trackbacks and pingbacks are open.