ଅଷ୍ଟ୍ରେଲିଆ ସହ ଭାରତ ଖେଳିବ ଟେଷ୍ଟ ମ୍ୟାଚ; ବିସିସିଆଇ

9

ନୂଆଦିଲ୍ଲୀ: ବିସିସିଆଇ ବୁଧବାର ଭାରତୀୟ ସିନିଅର ମହିଳା ଦଳ, ଇଣ୍ଡିଆ-ଏ (ପୁରୁଷ ଓ ମହିଳା) ଏବଂ ଇଣ୍ଡିଆ ଅଣ୍ଡର ୧୯ (ପୁରୁଷ ଓ ମହିଳା) ଦଳ ପାଇଁ ମ୍ୟାଚ ଫିକ୍ସଚର ପ୍ରକାଶ କରିଛି । ଇଣ୍ଡିଆ-ଏ ପୁରୁଷ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଅଷ୍ରେଲିଆ-ଏ ବିପକ୍ଷରେ ଦୁଇଟି ଚାରି ଦିନିଆ ଟେଷ୍ଟ ଓ ତିନୋଟି ଲିଷ୍ଟ-ଏ ମ୍ୟାଚ ଖେଳିବ । ଇଣ୍ଡିଆ-ଏ ଓ ଅଷ୍ଟ୍ରେଲିଆ-ଏ ମଧ୍ୟ ଖେଳାଯିବାକୁ ଥିବା ଏହି ସିରିଜ ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ପୁଡୁଚେରୀରେ ଖେଳାଯିବ । ପ୍ରଥମ ଅନୌପଚାରିକ ଟେଷ୍ଟ ୨୨ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ ଓ ଦ୍ଵିତୀୟ ଟେଷ୍ଟ ୨୯ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ । ତିନୋଟି ଲିଷ୍ଟ-ଏ (୫୦ ଓଭର) ମ୍ୟାଚ କ୍ରମାଗତ ଭାବେ ୬,୯ ଓ ୧୧ ଅକ୍ଟୋବରରେ ଖେଳାଯିବ । ଜିମ୍ବାୱେ ମହିଳା ଦଳ ମଧ୍ୟ ଅକ୍ଟୋବରରେ ଦୁଇ ସପ୍ତାହ ପାଇଁ ଭାରତ ଗସ୍ତରେ ରହିବ, ଏହି ସମୟରେ ଦୁଇ ଦଳ ମଧ୍ୟ ୬ ଟି ମ୍ୟାଚ ଧଳା ବଲରେ ଖେଳାଯିବ । ଏହି ସିରିଜରେ ୩ ଟି ଟି-୨୦ ଓ ୩ ଟି ଦିନିକିଆ ମ୍ୟାଚ ଅନ୍ତର୍ଭୁକ୍ତ । ଏହି ସିରିଜ ୧୬ ରୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ । ମହିଳା ଟି-୨୦ ମ୍ୟାଚ ରାୟପୁରରେ ଖେଳାଯିବ ଓ ଦିନିକିଆ ମ୍ୟାଚ ବରୋଦାରେ ଖେଳାଯିବ ।
ଭାରତୀୟ ଅଣ୍ଡର ୧୯ ଦଳ ମଧ୍ୟ ଅଷ୍ଟ୍ରେଲିଆ ଅଣ୍ଡର ୧୯ ଦଳ ସହ ମୁହାଁମୁହିଁ ହେବ । ୧୮ ସେପ୍ଟେମ୍ବରରୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନୋଟି ଏକଦିବସୀୟ ମ୍ୟାଚ ରାଜକୋଟରେ ଖେଳାଯିବ । ଏହାପରେ ୨୭ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ୪ ଦିନିଆ ଟେଷ୍ଟ ମ୍ୟାଚ ରାଜକୋଟରେ ଓ ୫ ଅକ୍ଟୋବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଦ୍ଵିତୀୟ ୪ ଦିନିଆ ଟେଷ୍ଟ ମ୍ୟାଚ ଅହମଦାବାଦରେ ଖେଳାଯିବ । ଇଣ୍ଡିଆ-ଏ ମହିଳା ଦଳ ପାଇଁ ସର୍ବାଧିକ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଯେଉଁଥିରେ ଅଷ୍ଟ୍ରେଲିଆ-ଏ ଓ ଇଂଲଣ୍ଡ-ଏ ବିପକ୍ଷ ସିରିଜ ସାମିଲ ରହିଛି । ଉଭୟ ସିରିଜରେ ୩ ଟି ଟି-୨୦, ୩ ଟି ଦିନିକିଆ ମ୍ୟାଚ ଓ ଗୋଟିଏ ଚାରି ଦିନିଆ ଟେଷ୍ଟ ମ୍ୟାଚ ସାମିଲ ରହିଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜ ସେପ୍ଟେମ୍ବର ୧୨ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ମୋହାଲି ଏବଂ ଧର୍ମଶାଳାରେ ଖେଳାଯିବ। ଇଂଲଣ୍ଡ-ଏ ବିପକ୍ଷ ସିରିଜ ୩୦ ନଭେମ୍ବରରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ପୁନେ ଓ ନବି ମୁମ୍ବାଇରେ ଖେଳାଯିବ।

Comments are closed, but trackbacks and pingbacks are open.