TVKକୁ ସମର୍ଥନ ଦେଲେ ୩ ଦଳ, ବିଜୟ ଗଢିବେ ସରକାର

8

ନୂଆଦିଲ୍ଲୀ: ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ସ୍ପଷ୍ଟ ହୋଇଛି । ଗଣମାଧ୍ୟମର ସୂଚନା ଅନୁସାରେ ଆଜି, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ତିନି ଦଳଙ୍କ ସମର୍ଥନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି। ସୂଚନା ଅନୁସାରେ, ତିନି ଦଳର ସମର୍ଥନ ପରେ ବିଜୟଙ୍କୁ ଆବଶ୍ୟକ ମ୍ୟାଜିକ ନମ୍ବର ତଥା ୧୧୮ ବିଧାୟକଙ୍କ ସମର୍ଥନ ମିଳିଯାଇଛି। ତାମିଲନାଡୁରେ ୨୩୪ ବିଧାନସଭା ଆସନ ରହିଥିବା ବେଳେ ଟିଭିକେ ୧୦୭ ଆସନରେ ବିଜୟୀ ହୋଇଛି। ବିଜୟ ନିଜେ ଦୁଇ ସିଟରୁ ନିର୍ବାଚନ ଲଢ଼ି ଜିତିଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ସିଟ୍ ଛାଡ଼ିବାକୁ ହେବ। ଏହା ବ୍ୟତୀତ କଂଗ୍ରେସର ୫ ବିଧାୟକ ମଧ୍ୟ ତାଙ୍କୁ ପୂର୍ବରୁ ସମର୍ଥନ ଦେଇସାରିଛନ୍ତି। ଶୁକ୍ରବାର ସମର୍ଥନ ଦେଉଥିବା ତିନି ଦଳରୁ ଦୁଇ- ଦୁଇ ଜଣ ପ୍ରାର୍ଥୀ ଜିତିଛନ୍ତି। ଅର୍ଥାତ ତିନି ଦଳରୁ ୬ ବିଧାୟକ ବିଜୟଙ୍କୁ ସମର୍ଥନ ଦେଇଛନ୍ତି। ଏହିଭଳି ଭାବରେ ବିଜୟ ବହୁମତ ଅର୍ଥାତ ୧୧୮ ବିଧାୟକଙ୍କ ସମର୍ଥନ ହାସଲ କରିଛନ୍ତି। ବିଜୟ ଅପରାହ୍ଣ ସାଢ଼େ ୪ଟା ବେଳେ ରାଜ୍ୟପାଳଙ୍କୁ ସାକ୍ଷତ କରିବାକୁ ସମୟ ମାଗିଛନ୍ତି।

Comments are closed, but trackbacks and pingbacks are open.