ମେ’୩୧ରେ ହେବାକୁ ଥିଲା ଦ୍ବାଦଶ ପରୀକ୍ଷା ଘୁଞ୍ଚିଲା

281

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପରିଚାଳିତ ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇଥିବା ଦ୍ବାଦଶ ତଥା ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ମେ’ ୩୧ ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଆୟୋଜିତ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଆଜି ଘୁଞ୍ଚାଇ ଦିଆଯାଇଛି। ମେ’ ୩୧ରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଘୁଞ୍ଚାଇ ଦିଆଯାଇଥିବା ପରୀକ୍ଷାଗୁଡ଼ିକ ଜୁନ ୪ତାରିଖରେ ହେବ। ଏଥିନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ମେ’ ୩୧ ତାରିଖରେ ହେବାକୁ ଥିବା ଦ୍ବାଦଶ(+୨) ପରୀକ୍ଷା ପରୀକ୍ଷା ଜୁନ ୪କୁ ଘୁଞ୍ଚାଇଦିଆଯାଇଛି। ମେ’ ୩୧ରେ ହେବାକୁ ଥିବା କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ, ବିଜ୍ଞାନର ଗଣିତ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଘୁଞ୍ଜିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Comments are closed, but trackbacks and pingbacks are open.