+୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାସ୍‌ହାର ୮୨ .୧୦, ଛାତ୍ରୀ ଆଗୁଆ

46

ଆଜି ଅପରାହ୍ନ ୪ ଟାରେ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟ ପରିସରରେ ପରୀକ୍ଷା ଫଳ ଘୋଷଣା କରାଯାଇଛି । କଳାରେ ପାସ୍‌ ହାର ମୋଟ ୮୨ .୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ରହିଛି । କଳାରେ ଛାତ୍ରଙ୍କ ପାସ୍‌ହାର ଅପେକ୍ଷା ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି ।

ଏଥର ୨ ଲକ୍ଷ ୮ ହଜାର ୬୩୧ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୬୨, ୭୩୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟ ଶ୍ରେଣୀରେ ୬୭, ୩୪୧ ଜଣ ପାସ୍ କରିଛନ୍ତି। ୧୭୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ଛାତ୍ର ଛାତ୍ରୀ ମାନେ www.odisharesults.nic.in ରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୫ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି କର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.