ତାଲିବାନଙ୍କ ଭଲ କାମ : ଆଫଗାନିସ୍ତାନ ରେ ଖୋଲାଯିବ ବାଳିକା ବିଦ୍ୟାଳୟ

0 101

ଆଫଗାନିସ୍ତାନରେ ସାମ୍ନାକୁ ଆସିଛି ଏକ ଖୁସି ଖବର I ଝିଅମାନେ ଏଣିକି ସ୍କୁଲ ଯାଇପାରିବେ I ଖୋଦ ତାଲିବାନ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି Iଆଫଗାନିସ୍ତାନର ଘୋର ପ୍ରଦେଶରେ ବାଳିକା ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ୭ମ ରୁ ୧୨ଦଶ ଶ୍ରେଣୀର ବାଳିକା ମାନେ ବିଦ୍ୟାଳୟକୁ ଯିବାକୁ ଅନୁମତି ଦିଆଯାଇଛି I
ରିପୋର୍ଟ ଅନୁଯାୟୀ, ଫିରୋଜକୋ ପରିଷଦ ଦ୍ୱାରା କରାଯାଇଥିବା ଉଦ୍ୟମ ଯୋଗୁଁ ବିଦ୍ୟାଳୟଗୁଡ଼ିକ ଖୋଲା ଯାଇଛି ଇ ଫିରୋଜକୋ ପରିଷଦ ଘୋର ପ୍ରଦେଶର ଶିକ୍ଷା କର୍ତ୍ତୃପକ୍ଷଙ୍କୁ ବାଳିକା ବିଦ୍ୟାଳୟ ଖୋଲିବାକୁ ଅନୁରୋଧ କରିଥିଲେ। ଫିରୋଜକୋ ପରିଷଦର ମୁଖ୍ୟ ସୁଲତାନ ଅହମ୍ମଦ କହିଛନ୍ତି ଯେ ଘୋରର ସମସ୍ତ ଜିଲ୍ଲାର ବାଳିକାମାନଙ୍କ ପାଇଁ ହାଇସ୍କୁଲ ଖୋଲିବା ଉଚିତ ବୋଲି ଆମେ ଏକ ଚୁକ୍ତି କରିଛୁ। ଘୋର ପ୍ରଦେଶରେ ସ୍କୁଲ ଖୋଲିବା ନେଇ ଖୁସି ବ୍ୟକ୍ତ କରି ନାଗରିକ ଅଧିକାର କର୍ମୀ ହବିବ ୱାହଦତ କହିଛନ୍ତି ଯେ ବାଳିକାମାନଙ୍କ ପାଇଁ ସ୍କୁଲ ଖୋଲିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଯଦି ମହିଳାମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତି, ତେବେ ସମାଜର ପରବର୍ତ୍ତୀ ପିଢ଼ୀ ର ଭବିଷ୍ୟତ ଉଜ୍ଜ୍ୱଳ ହେବ ନାହିଁ I କହିବାକୁ ଗଲେ ପଶ୍ଚିମ ଆଫଗାନିସ୍ତାନର ହେରାଟ ଏବଂ ଘୋର ପ୍ରଦେଶରେ ବାଳିକା ମାନଙ୍କୁ ମାଧ୍ୟମିକ ଶିକ୍ଷା ପାଇଁ ବିଦ୍ୟାଳୟକୁ ଯିବାକୁ ଅନୁମତି ଦିଆଯାଇଛି।
ସୂଚନାନୁସାରେ ତାଲିବାନ ଆଫଗାନିସ୍ତାନକୁ ୧୫ ଅଗଷ୍ଟ ୨୦୨୧ ରେ କବ୍ଜା କରିଥିଲା, ଏହା ପରେ ଝିଅମାନଙ୍କୁ ଆଫଗାନିସ୍ତାନରେ ସ୍କୁଲ ଯିବାକୁ ବାରଣ କରାଯାଇଥିଲା। କେବଳ ଏତିକି ନୁହେଁ ତାଲିବାନ ପ୍ରତିଦିନ ବିଭିନ୍ନ ପ୍ରକାରର ନିୟମ ଜାରି ରଖିଛି।ଏହାପୂର୍ବରୁ ୧୦ ଅକ୍ଟୋବର ୨୦୨୧ ରେ କୁନ୍ଦୁଜ, ବାଲଖ ଏବଂ ସାର-ଇ-ପୁଲ ପ୍ରଦେଶର ବାଳିକା ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ପ୍ରାଦେଶିକ ଶିକ୍ଷା ବିଭାଗର ମୁଖ୍ୟ ଜଲିଲ ସୟଦ ଖିଲି କହିଛନ୍ତି ଯେ ବାଳିକା ବିଦ୍ୟାଳୟ ଖୋଲାଯାଇଛି ଏବଂ ବାଳିକା ବିଦ୍ୟାଳୟକୁ ଆସିବା ଆରମ୍ଭ ହୋଇଛି I

ବର୍ତ୍ତମାନ ଆଫଗାନିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ଆଫଗାନିସ୍ତାନ ଆମେରିକା ଦ୍ୱାରା ଜବତ ହୋଇଥିବା ତାର ସମସ୍ତ ବ୍ୟାଙ୍କ ସମ୍ପତ୍ତି ମୁକ୍ତ କରିବାକୁ ଆମେରିକାକୁ ଅନୁରୋଧ କରିଥିଲା। ଯଦିଓ ଜାତିସଂଘ ଏହି ଦେଶକୁ ସାହାଯ୍ୟ କରିବା ପାଇଁ ବହୁତ ଅବଦାନ ଦେଇଥିବା ସତ୍ୱେ ସେଠାରେ ଅନାହାରର ସମସ୍ୟା ମଧ୍ୟ ବଢି ବଢି ଚାଲିଛି I

Leave A Reply

Your email address will not be published.