ସ୍ତନ କର୍କଟ ସଚେତନତା ପାଇଁ ଏମ୍ସର ଅଭିନବ ପ୍ରୟାସ

19

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ର ଏକ ନୂଆ ପଦକ୍ଷେପ | ମହିଳାମାନେ ନିଜ ସ୍ତନ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ସହ ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନିବା ଦିଗରେ ଏକ ନୂଆ ପଦକ୍ଷେପ ନେଇଛି । ସ୍ତନ କର୍କଟ ସଚେତନତା ମାସ ଅବସରରେ ମେଡିକାଲ୍ ଅଙ୍କୋଲୋଜି ବିଭାଗରେ ଦେଶର ପ୍ରଥମ ପୋର୍ଟେବଲ୍ ‘ବ୍ରେଷ୍ଟ ସେଲ୍ଫ-ଏକ୍ଜାମିନେସନ୍’ (BSE) ବୁଥ୍‌ ଉଦ୍‌ଘାଟିତ ହୋଇଛି। ନିଜ ଶରୀରରେ ଅସ୍ୱାଭାବିକ ପରିବର୍ତ୍ତନକୁ ଚିହ୍ନିବା ଏବଂ ଆବଶ୍ୟକ ସମୟରେ ଡାକ୍ତରୀ ପରାମର୍ଶ ନେବା ପାଇଁ ଏହା ମହିଳାମାନଙ୍କୁ ଉତ୍ସାହିତ କରିବ। ଏହି ବୁଥ୍‌ରେ ମହିଳାମାନେ ଗୋପନୀୟ ପରିବେଶରେ ନିଜ ଶରୀରରେ ଅସ୍ୱାଭାବିକ ପରିବର୍ତ୍ତନକୁ ଚିହ୍ନିବା ଏବଂ ଆବଶ୍ୟକ ସମୟରେ ଡାକ୍ତରୀ ପରାମର୍ଶ ନେବା ପାଇଁ ଏହା ମହିଳାମାନଙ୍କୁ ଉତ୍ସାହିତ କରିବ। ବୁଥ୍‌ର ଉଦ୍‌ଘାଟନ କରି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ସ୍ତନ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିପାରିଲେ ଚିକିତ୍ସାର ଫଳାଫଳ ଭଲ ହୋଇପାରେ। ତେଣୁ ସଚେତନତା ସହ ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ନେବା ଜରୁରୀ। ଏମ୍ସର ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସୌରଭ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ବିଭାଗ ସ୍ଥାପନ ହେବାର ଚାରି ବର୍ଷ ମଧ୍ୟରେ ପ୍ରାୟ ୧,୦୦୦ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରତି ମାସରେ ପ୍ରାୟ ୧୦୦ ଜଣ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଯୁବତୀମାନଙ୍କ ମଧ୍ୟରେ ଏହି ରୋଗର ବଢ଼ୁଥିବା ପ୍ରଭାବ ମଧ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବିଭାଗ ପକ୍ଷରୁ ଏକ ସ୍ଥାୟୀ ବୁଥ୍‌ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। କେବଳ ଶାରୀରିକ ଚିକିତ୍ସା ନୁହେଁ, ରୋଗୀଙ୍କ ମାନସିକ ଚାପ ହ୍ରାସ ପାଇଁ ଯୋଗ, ଧ୍ୟାନ, ବ୍ୟାୟାମ ଓ ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଡାକ୍ତର, କର୍ମଚାରୀ ଓ କର୍କଟ ସଂଗ୍ରାମୀମାନେ ଏକାଠି ‘ହମ୍ ହୋଙ୍ଗେ କାମୟାବ ଏକ ଦିନ’ ଗାନ କରିଥିଲେ। ପ୍ରତିବର୍ଷ ଅକ୍ଟୋବର ମାସକୁ ବିଶ୍ୱବ୍ୟାପୀ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ।

Comments are closed, but trackbacks and pingbacks are open.