ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ୫୬.୫୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

18

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳ ବିକାଶ ଏବଂ ତୃଣମୂଳ ସ୍ତରରେ ସାଧାରଣ ଜନସାଧାରଣଙ୍କ ସେବାରେ ନିୟୋଜିତ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ବାକିଥିବା ସମ୍ମାନ ରାଶି ପ୍ରଦାନ ନିମନ୍ତେ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ଗତ ଏପ୍ରିଲ୍ ୧, ୨୦୨୬ ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ (ପିଛିଲା ଭିତ୍ତିରେ) ଏହି ୬ ମାସର ସମ୍ମାନ ରାଶି ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଫଳରେ ସରପଞ୍ଚମାନେ ମାସକୁ ୧୦,୦୦୦ ଟଙ୍କା ଲେଖାଏଁ ଏବଂ ନାଏବ ସରପଞ୍ଚମାନେ ମାସକୁ ୪,୦୦୦ ଟଙ୍କା ଲେଖାଏଁ ହିସାବରେ ୬ ମାସର ସମ୍ମାନ ରାଶି ପାଇବେ। ତୃଣମୂଳ ସ୍ତରରେ ପଞ୍ଚାୟତ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ଏବଂ ଜନପ୍ରତିନିଧିମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଏକ ବଡ଼ ସହାୟକ ହେବ ବୋଲି ଆଶା କରାଯାଉଛି।

Comments are closed, but trackbacks and pingbacks are open.