ଆରଜି କର ମାମଲା: ପ୍ରମାଣ ନଷ୍ଟ ଅଭିଯୋଗରେ ଟିଏମ୍‌ସିର ପୂର୍ବତନ ବିଧାୟକ ଗିରଫ

33

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୀଡ଼ିତା ଡାକ୍ତରଙ୍କ ଶବକୁ ତରବରିଆ ଭାବେ ଦାହ କରିବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତୃଣମୂଳ କଂଗ୍ରେସ (TMC)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଖାରଦାହ ଥାନାରେ ଏହି ନୂଆ ଏତଲା ରୁଜୁ କରାଯାଇଥିଲା। ବାରାକପୁର ପୋଲିସ କମିସନରେଟ୍ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାରେ ନିର୍ମଳ ଘୋଷଙ୍କ ସମେତ ପାନିହାଟି ପୌରପାଳିକାର କାଉନସିଲର ସୋମନାଥ ଦେ ଏବଂ ପୀଡ଼ିତାଙ୍କ ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀଙ୍କ ନାମ ମଧ୍ୟ ରହିଛି।

Comments are closed, but trackbacks and pingbacks are open.