ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ ଗାନ୍ଧୀ

21

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗ ମାମଲାରେ ସିବିଆଇ (CBI) ଓ ଇଡି (ED) ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହା ସହିତ ଏହି ମାମଲାକୁ ଆହ୍ଲାବାଦ ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ଏକ ପୃଥକ୍ ଆବେଦନ ମଧ୍ୟ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆସନ୍ତା ଅଗଷ୍ଟ ୧୭ ରେ ଏହି ମାମଲାର ଶୁଣାଣି କରିବେ। କର୍ଣ୍ଣାଟକର ବିଜେପି କର୍ମୀ ବିଘ୍ନେଶ ଶିଶିର ଅଭିଯୋଗ କରିଥିଲେ ଯେ ରାହୁଲ ଗାନ୍ଧୀଙ୍କ ନିକଟରେ ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରହିଛି। ଏହି ଅଭିଯୋଗର ଶୁଣାଣି କରି ଗତ ମେ ମାସରେ ଆହ୍ଲାବାଦ ହାଇକୋର୍ଟ ଆଇନ ଅନୁଯାୟୀ ମାମଲାର ଯାଞ୍ଚ କରିବାକୁ ସିବିଆଇ ଓ ଇଡିକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed, but trackbacks and pingbacks are open.