ନୂଆଦିଲ୍ଲୀ: ଗୁହାଟୀର ୩୦ ବର୍ଷୀୟ ବ୍ୟକ୍ତି ରାମାନୁଜ ଗୋସ୍ୱାମୀ ଯିଏ ନିଜ ସ୍ତ୍ରୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଏହାକୁ ଘରର ଫ୍ରିଜରେ ରଖିଥିଲା। ଏହାପରେ ପୋଲିସ ତା’କୁ ଗିରଫ ବି କରିଥିଲା। କିନ୍ତୁ ଏବେ ସେ ପୋଲିସ ଗଡ଼ିରୁ ଡେଇଁ ପ୍ରାଣ ହରାଇଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଆଜି ଭୋର ସମୟରେ ଗିରଫ ରାମାନୁଜ ଗୋସ୍ୱାମୀକୁ ପୋଲିସ ପ୍ରଥମେ ମେଡିକାଲ ଚେକ ଅପ ପାଇଁ ଗୁହାଟୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲା। ସେଠାରୁ ତା’କୁ ପୁଣି ହାଟିଗାଓଁ ପୋଲିସ ଷ୍ଟେସନକୁ ଅଣାଯାଉଥିଲା। ହେଲେ ନାରାକାସୁର ଅଞ୍ଚଳରେ ହଠାତ୍ ସେ ଗାଡ଼ିରେ ଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲା। ଯାହା ଫଳରେ ସେ ନିକଟସ୍ଥ ଖାଇରେ ପଡ଼ି ଗୁରୁତର ହୋଇଥିଲା। ଖାଇରୁ ପୋଲିସ ତା’କୁ ଉଦ୍ଧାର କରି ଗୁହାଟୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଛନ୍ତି। ସୂଚନା ଥାଉ ଯେ, ସେପ୍ଟେମ୍ବର ୩ରେ ୨୫ ବର୍ଷୀୟ ପତ୍ନୀ ରିୟା ତାଲୁକଦାରଙ୍କୁ ରାମାନୁଜ ଗୁହାଟୀ ସ୍ଥିତ ପ୍ଲାଟରେ ହତ୍ୟା କରିଥିଲା। ପତ୍ନୀଙ୍କ ସମ୍ପର୍କ ପରପୁରୁଷଙ୍କ ସହ ଥିବା ସନ୍ଦେହ କରି ସେ ଏତେ ବଡ଼ କାଣ୍ଡ ଘଟାଇଥିଲା। ଏହାପରେ ରାମାନୁଜକୁ ସେପ୍ଟେମ୍ବର ୬ରେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧)(ହତ୍ୟା) ଓ ୨୩୮(ପ୍ରମାଣ ନଷ୍ଟ) ଭଳି ଦଫାରେ ଗିରଫ କରିଥିଲା।
Comments are closed, but trackbacks and pingbacks are open.