ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ

574

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୩ତମ ଲିଗ୍ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ବିଜୟର ହ୍ୟାଟ୍ରିକ୍ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମୁମ୍ବାଇ ସିଜିନର ଦ୍ୱିତୀୟ ବିଜୟ ପାଇଁ ପଡ଼ିଆକୁ ଓହ୍ଲାଇବ। ଚଳିତ ସିଜିନରେ ଏହା ଉଭୟ ଦଳ ପାଇଁ ତୃତୀୟ ମ୍ୟାଚ୍। ରାଜସ୍ଥାନ ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ରେ ଚେନ୍ନାଇକୁ ୮ ୱିକେଟ୍ ଏବଂ ଗୁଜରାଟକୁ ୬ ରନ୍‌ରେ ପରାସ୍ତ କରି ଶକ୍ତିଶାଳୀ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ, ମୁମ୍ବାଇ ପ୍ରଥମ ମ୍ୟାଚ୍‌ରେ କୋଲକାତାକୁ ୬ ୱିକେଟ୍‌ରେ ହରାଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା।

Comments are closed, but trackbacks and pingbacks are open.