‘୭୫ ଆଜାଦି କା ଅମୃତ ମହୋତ୍ସବ’ପରିବେଶ ସୁରକ୍ଷା ଦିଗରେ ଭାରତ ରେ ବହୁବିଧ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

38

ପରିବେଶ ସୁରକ୍ଷା ଦିଗରେ ଭାରତ ରେ ବହୁବିଧ ପଦକ୍ଷେପ ହାତକୁ ନେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ତେବେ ତେବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ଅଧିକ ଦାୟୀ, ହେଲେ ଭାରତର ଭୂମିକା ଏଥିରେ ନଗଣ୍ୟ ରହିଛି । କିନ୍ତୁ ଭାରତ ଏହାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୃତ୍ତିକା ବଞ୍ଚାଓ ଆନ୍ଦୋଳନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ,ପେଟ୍ରୋଲରେ ୧୦ ପ୍ରତିଶତ ଇଥେନଲ ମିଶ୍ରଣ କରୁଛି । ଯାହାକି ମାତ୍ର ୫ ମାସ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ।
ତେବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପ୍ରକୃତିକୁ ଶୋଷଣ କରିବା ସହ ଅଧିକ ପ୍ରାକୃତିକ ସମ୍ପଦ ବିନିଯୋଗ କରୁଛନ୍ତି, ଯାହାକି ଅଙ୍ଗାରକାମ୍ଳ ଉତ୍ସର୍ଜନର ମୁଖ୍ୟ କାରଣ ପାଲଟିଛି । ଭାରତ ସରକାର ସ୍ୱଚ୍ଛ ଭାରତ ମିଶନ, ନମାମି ଗଙ୍ଗେ ଏବଂ ଗୋଟିଏ ସୂର୍ଯ୍ୟ ଗୋଟିଏ ଗ୍ରୀଡ଼ ଭଳି ବାର୍ତ୍ତା ମାଧ୍ୟମରେ ପର୍ଯ୍ୟାବରଣ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ।

ଇଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତ୍ତିକା ସୁରକ୍ଷା ସଂପର୍କରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଦେଶରେ ପୂର୍ବରୁ କୃଷକମାନେ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ନଥିଲେ ଯେଉଁଥିପାଇଁ ଅନେକ ସମସ୍ୟା ଦେଖାଯାଉଥିଲା । ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଦେଶବ୍ୟାପୀ ୨୨କୋଟିରୁ ଅଧିକ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ କୃଷକମାନଙ୍କୁ ଯୋଗାଇ ଦିଆଯାଇଛି । ଚଳିତବର୍ଷ କେନ୍ଦ୍ର ବଜେଟରେ ପ୍ରାକୃତିକ କୃଷି ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି । ଗଙ୍ଗା ନଦୀ କୂଳରେ ଥିବା ଗ୍ରାମର କୃଷକମାନଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସହନ ବେବାକୁ ବ୍ୟବସ୍ଥା କରାଯାଇଛି ।
ଗଙ୍ଗାନଦୀ କରିଡରରେ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ଘୋଷଣା କରାଯାଇଛି । ଏହି ଅବସରରେ ମାଟିର ଉର୍ବରତା ଏବଂ ଉତ୍ପାଦକତା ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ୫ଟି ବିନ୍ଦୁ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମାଟିକୁ ରସାୟନମୁକ୍ତ କରିବା, ମାଟିର ଜୈବିକ ଗୁଣ ବଜାୟ ରଖିବା, ଆର୍ଦତା ବଜାୟରଖିବା, ଭୂତଳ ଜଳ ହ୍ରାସ ଯୋଗୁଁ ମାଟିର ଅବକ୍ଷୟକୁ ରୋକିବା ଏବଂ କ୍ରମାଗତ ଭାବେ ତୈଳ ଉତ୍ତୋଳନ ଓ ଜଙ୍ଗଲ କ୍ଷୟ ରୋକିବା ଉପରେ ଧ୍ୟାନଦେବାକୁ ଶ୍ରୀ ମୋଦୀ ପରାମର୍ଶ — ଦେଇଛନ୍ତି ।
|

Comments are closed, but trackbacks and pingbacks are open.