‘୭୫ ଆଜାଦି କା ଅମୃତ ମହୋତ୍ସବ’ପରିବେଶ ପାଇଁ ଜୀବନଶୈଳୀ , ବୈଶ୍ୱିକ ପ୍ରୟାସ ‘ଲାଇଫ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

38

ବିଶ୍ୱର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ଲାଗି ସବୁ ଦେଶ ମିଳିତ ପ୍ରଚେଷ୍ଟା କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ରବିବାର ‘ପରିବେଶ ପାଇଁ ଜୀବନଶୈଳୀ’ ଶୀର୍ଷକ ବୈଶ୍ୱିକ ପ୍ରୟାସ ‘ଲାଇଫ’ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆଜିର ତାରିଖ ଓ ଏହି ଅଭିଯାନର ଏକ ବିଶେଷ ପ୍ରାସଙ୍ଗିକତା ରହିଛି । ପ୍ରକୃତି ସହ ଐକ୍ୟବଦ୍ଧ ଭାବେ ନିରନ୍ତର ଜୀବନ ଯାପନ କରିବାଦ୍ୱାରା ପରିବେଶର ସୁରକ୍ଷା ହୋଇପାରିବ । ଏହାଦ୍ୱାରା ଆମର ଆଗାମୀ ପିଢ଼ି ମଧ୍ୟ ଉପକୃତ ହୋଇପାରିବେ। ମିଶନ୍ LiFE ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି । ଏହି କାର୍ଯ୍ୟକ୍ରମ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ” ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯାଇଛି । ବିଶେଷକରି ଶିକ୍ଷାବିତ୍, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯାଉଛି । ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ।
ଆଜି ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଜଳବାୟୁ ଅର୍ଥ ଶାସ୍ତ୍ରୀ ପ୍ରଫେସର କାସ୍ ସନ୍ଷ୍ଟେନ, ଲେଖକ ନଜ୍ ଥିଓରୀ, ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଅନିରୁଦ୍ଧ ଦାସଗୁପ୍ତ, ୟୁଏନ୍ଇପିର ବୈଶ୍ୱିକ ମୁଖ୍ୟ ସୁଶ୍ରୀ ଇଙ୍ଗର ଆଣ୍ଡରସନ୍, ୟୁଏନଡିପିର ବୈଶ୍ୱିକ ମୁଖ୍ୟ ମିଷ୍ଟର ଅଚିମ ଷ୍ଟେନର, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଷ୍ଟର ଡେଭିଡ ମାଲପାସ୍ଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ସୂଚନାଯୋଗ୍ୟ ଗତବର୍ଷ ଗ୍ଲାସ୍ଗୋରେ ଅନୁଷ୍ଠିତ ୨୬ତମ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ – ସିଓପି ୨୬ ରେ ପ୍ରଧାନମନ୍ତ୍ରୀ ‘ଲାଇଫ’ ବିଷୟରେ ଉଲ୍ଲେଖ କରିଥିଲେ । ଏହା ପଛରେ ପରିବେଶ ଉପଯୋଗୀ ଏକ ଜୀବନଶୈଳୀ ଗ୍ରହଣ କରିବାର ଉଦ୍ଦେଶ୍ୟ ନିହିତ ଥିଲା ।
ପ୍ରଧାନମନ୍ତ୍ରୀ ଆଜି ଶୁଭାରମ୍ଭ କରିବେ ବୈଶ୍ୱିକ ପ୍ରୟାସ “ଲାଇଫ ମୁଭମେଣ୍ଟ’’
ପରିବେଶ ସଚେତନ ଜୀବନ ଶୈଳୀ ଆପଣାଇବା ପାଇଁ ଏହି ପ୍ରୟାସ ମାଧ୍ୟମରେ ବିଚାର ଓ ପ୍ରସ୍ତାବମାନ ଆମନ୍ତ୍ରଣ କରାଯିବ

Comments are closed, but trackbacks and pingbacks are open.