ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

20

କଟକ: ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନ ଜୋରଦାର ହୋଇଥିବା ବେଳେ ଆଜି ଭିଜିଲାନ୍ସ ବିଭାଗ ହାତରେ ଜଣେ ବନ ଅଧିକାରୀ ଧରାପଡ଼ିଛନ୍ତି। କଟକ ଜିଲ୍ଲା ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା ଜଣେ କର୍ମଚାରୀଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଛି। ବୃକ୍ଷରୋପଣ କାର୍ଯ୍ୟର ବିଲ୍ ପାସ୍ କରିବା ନିମନ୍ତେ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥିବା ବୃକ୍ଷରୋପଣ ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସରକାରୀ ବିଲ୍ ପାସ୍ କରିବା ପାଇଁ ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା ଜଣେ ସହକାରୀ କର୍ମଚାରୀଙ୍କଠାରୁ ଏହି ଅର୍ଥ ଦାବି କରିଆସୁଥିଲେ। ପୂର୍ବ ଯୋଜନା ମୁତାବକ ଆଜି ନିର୍ଦ୍ଦିଷ୍ଟ ଅର୍ଥ ନେଉଥିବା ସମୟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ତାଙ୍କୁ ଧରିବାରେ ସଫଳ ହୋଇଛି। ଅଧିକାରୀଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଜବତ କରାଯାଇଛି।

Comments are closed, but trackbacks and pingbacks are open.