ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ୧୦ ଦିନରେ ୩ ଥର ବୃଦ୍ଧି

19

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଆଜି (ଶନିବାର) ଠାରୁ ପ୍ରତି ଲିଟର ପେଟ୍ରୋଲ ପିଛା ୮୭ ପଇସା ଏବଂ ଡିଜେଲ ପିଛା ୯୧ ପଇସା ବଢ଼ିଛି। ମେ’ ୧୫ ତାରିଖ ପରଠାରୁ ମାତ୍ର ୧୦ ଦିନ ମଧ୍ୟରେ ଏହା ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି, ଯାହାଫଳରେ ସମୁଦାୟ ଦର ପ୍ରାୟ ୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି। ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦୬.୧୮ ଟଙ୍କା ଏବଂ ଡିଜେଲ ୯୭.୮୦ ଟଙ୍କା। ନୂଆଦିଲ୍ଲୀରେ ପେଟ୍ରୋଲ ୯୯.୫୧ ଟଙ୍କା (୮୭ ପଇସା ବୃଦ୍ଧି) ଏବଂ ଡିଜେଲ ୯୨.୪୯ ଟଙ୍କା (୯୧ ପଇସା ବୃଦ୍ଧି)। କୋଲକାତାରେ ପେଟ୍ରୋଲ ଦର ପ୍ରତି ଲିଟରରେ ୯୪ ପଇସା ବୃଦ୍ଧି ପାଇ ୧୧୦.୬୪ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ପ୍ରତି ଲିଟରରେ ୯୦ ପଇସା ବୃଦ୍ଧି ପାଇ ୧୦୮.୪୯ ଟଙ୍କାରେ ପହଞ୍ଚିଛି । ଏହି ସମୟରେ, ଚେନ୍ନାଇରେ ୮୨ ପଇସା ବୃଦ୍ଧି ପାଇ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ୧୦୫.୩୧ ଟଙ୍କା ହୋଇଛି ।

Comments are closed, but trackbacks and pingbacks are open.