କୋଲକାତାରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବୈଠକ

28

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ, ଦୀର୍ଘ ୧୪ ବର୍ଷ ପରେ ଆମେରିକାର କୌଣସି ବୈଦେଶିକ ସଚିବ କୋଲକାତା ଗସ୍ତରେ ଆସିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “ବୈଦେଶିକ ସଚିବ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଆଜି ଆମେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବୁ। ଆଗାମୀ କିଛି ଦିନ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, କ୍ୱାଡ୍ (QUAD) ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା ହେବ।” ଏହା ପରେ ଅନ୍ୟ ଏକ ‘ଏକ୍ସ’ (X) ପୋଷ୍ଟରେ ଆମେରିକା ରାଷ୍ଟ୍ରଦୂତ କହିଛନ୍ତି, “ମୋ ବନ୍ଧୁ ମାର୍କୋ ରୁବିଓଙ୍କୁ ଭାରତରେ ସ୍ୱାଗତ କରି ମୁଁ ବେଶ୍ ଗର୍ବିତ। ଆମର ଏହି ଗସ୍ତ ସମୟରେ ଅନେକ ମହତ୍ତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି, ଯେଉଁଥିରେ ‘କ୍ୱାଡ୍’ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ ସାମିଲ ଅଛି।”

Comments are closed, but trackbacks and pingbacks are open.