ପୋଲିସ SI ସ୍କାମ: ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୧୭ ଜଣଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

26

ଭୁବନେଶ୍ୱର: ପୋଲିସ SI ସ୍କାମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୧୭ ଜଣଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି। ମାମଲାର ଗୁରୁତ୍ୱ ଓ ତଦନ୍ତର ତଥ୍ୟକୁ ଆଧାର କରି କୋର୍ଟ ଏହି ନିର୍ଣ୍ଣୟ ଶୁଣାଇଛନ୍ତି। ଏଥିସହିତ, ଅସ୍ତ୍ରୋପଚାର ପାଇଁ ମୁନା ମହାନ୍ତି କରିଥିବା ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନ ମଧ୍ୟ ଅଗ୍ରାହ୍ୟ ହୋଇଯାଇଛି। ଅପରାଧର ଗୁରୁତ୍ୱ ଏବଂ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତର ତଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ଆସନ୍ତା ୩ ସପ୍ତାହ ମଧ୍ୟରେ କୋର୍ଟରେ ଆତ୍ମସମର୍ପଣ (ସରେଣ୍ଡର) କରିବାକୁ ହାଇକୋର୍ଟ ମୁନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.