NCERT ପକ୍ଷରୁ ନୂଆ ଓ ସଂଶୋଧିତ ପାଠ୍ୟକ୍ରମ ଜାରି,

68

କଥାରେ ଅଛି, ପିଲାବେଳ କଞ୍ଚା ମାଟି ଭଳି। ତାଙ୍କୁ ସେହି ସମୟରେ ଯେମିତି ଗଢ଼ିବେ ସେମିତି ସେମାନେ ତିଆରି ହେବେ । ଆଉ ଭୁଲ ଠିକର ସଂସ୍କାର ପିଲାବେଳୁ ଶିକ୍ଷାରୁ ହିଁ ମିଳିଥାଏ । ଘରେ ବାପା, ମାଆ ଓ ଅନ୍ୟ ସଦସ୍ୟ। ଆଉ ସ୍କୁଲରେ ଏହି କର୍ତ୍ତବ୍ୟ ଶିକ୍ଷକ,ପଢାବହିର ବି ରହିଥାଏ । CBSE ଦେଶର ସ୍କୁଲ ପୁସ୍ତକରୁ ଭୁଲ୍ ଓ ମିଛ ତଥ୍ୟ ହଟାଇ NCERTର ଏକ ନୂଆ ଓ ସଂଶୋଧିକ ପାଠ୍ୟକ୍ରମ ଜାରି କରିଦେଇଛି । କେନ୍ଦ୍ର ସରକାର ଏଥିପାଇଁ ଏକ ସଂସଦୀୟ କମିଟି ଗଠନ କରିଥିଲେ । ଯାହାର ସୁପାରିସ ଆଧାରରେ ନୂଆ ବହି ଛପା ହେବା ପାଇଁ ଯାଇସାରିଛି । ସେପଟେ ନୂଆ ପାଠ୍ୟକ୍ରମକୁ ନେଇ ବିବାଦ ବି ମୁଣ୍ଡ ଟେକୁଛି । ଖୋଦ୍ କଂଗ୍ରେସର ରାହୁଲ ଗାନ୍ଧୀ ଏହାକୁ ଭଗୁଆକରଣର ନାଁ ଦେଇଛନ୍ତି ।

() ଜାଣିରଖନ୍ତୁ, ଏ ବଡ଼ ବଡ଼ ପରିବର୍ତ୍ତନ କଣ ରହିଛି ।

-ସିବିଏସି ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟକ୍ରମ ଜାରି କରିଛି । ଯେଉଁଥିରେ CBSE ପକ୍ଷରୁ NCERT ପାଠ୍ୟକ୍ରମରୁ ମୋଗଲ ଶାସକ ଔରଙ୍ଗଜେବ ଓ ଶାହାଜାନଙ୍କୁ ମହାନ ଦେଖାଉଥିବା ପାଠ୍ୟକ୍ରମରେ ପରିବର୍ତ୍ତନ କରିଛନ୍ତି ।

-ସେହିପରି ଧାର୍ମିକ ଚିହ୍ନ ଉପରେ ଆଧାରିତ ଥିବା ଏକ ଚିହ୍ନକୁ ମଧ୍ୟ ହଟାଇ ଦିଆଯାଇଛି । ଏହାସହ ପାକିସ୍ତାନର ସାୟର, ଫେଜ୍‌ ଏହମ୍ମଦ ଫେଜ୍‌ ୨ଟି ସାୟରୀ ବି ବହିରୁ ହଟାଇ ଦିଆଯାଇଛି । ଯାହା କି ବିଦ୍ରୋହ କରିବା ପାଇଁ ଉସକାଇଥାଏ ।

-ଏହା ସହ ଶୀତଳଯୁଦ୍ଧ ସମୟରେ ଆଉ ଏକ ଅଧ୍ୟାୟକୁ ବି ହଟାଇ ଦିଆଯାଇଛି, ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କୁ ନିରପେକ୍ଷ ଗୋଷ୍ଠୀର ଆନ୍ଦୋଳନର ନେତୃତ୍ବ ନେଉଥିବାର ଉଲ୍ଲେଖ କରାଯାଇଛି ।
-NCERTର ଦ୍ବାଦଶ ଶ୍ରେଣୀର ଇତିହାସ ବହିର -ଥିମ୍‌ସ୍ ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରୀର ପାର୍ଟ-୨ର ନବମ ଚାପ୍ଟରରେ ଏକ ଅଧ୍ୟାୟ ରହିଛି । ଯାହାର ଶୀର୍ଷକ ରହିଛି, କିଙ୍ଗ୍‌ସ ଆଣ୍ଡ୍ କ୍ରୋନିକଲ୍ସ । ଏହାକୁ ପୂରାପୂରି ହଟାଇ ଦିଆଯାଇଛି । ଏହାର ପୃଷ୍ଠା ନମ୍ବର ୨୩୪ରେ କ୍ରୁର ଶାସକ ଔରଙ୍ଗଜେବ ଓ ଶାହାଜାହାନଙ୍କ ମହିମା ମଣ୍ଡନ କରାଯାଇଥିଲା । କିନ୍ତୁ ସତ ତ ଏଇଆ, ଔରଙ୍ଗଜେବ ଜରାଜୀର୍ଣ୍ଣ ମନ୍ଦିରର ଉଦ୍ଧାର ପାଇଁ ନୁହେଁ ବରଂ ଭାରତରେ ମନ୍ଦିରକୁ ଧ୍ବସଂ କରିବାକୁ କୁଖ୍ୟାତ ଥିଲା ।

-୧୬୬୯ରେ ଭଗବାନ ଶିବଙ୍କର ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଗୋଟିଏ, କାଶୀ ବିଶ୍ବନାଥ ମନ୍ଦିରକୁ ଔରଙ୍ଗଜେବଙ୍କ ଆଦେଶରେ ହିଁ ଧ୍ବଂସ କରିଦିଆଯାଇଥିଲା । ଏହାପରେ ସେଠାରେ ମସଜିଦର ନିର୍ମାଣ କରାଯାଇଥିଲା । ଯାହା ଆଜି ଜ୍ଞାନବ୍ୟାପୀ ମସଜିଦ ଭାବରେ ଆମେ ଜାଣୁ।

-ଇତିହାସର ପୃଷ୍ଠାରେ ଆମେ ଶାହାଜାହାନଙ୍କୁ ତାଜମହଲ ନିର୍ମାଣ ପାଇଁ ମନେ ପକାଉ । କିନ୍ତୁ ଏହାର ନିର୍ମାଣ ପରେ ଏହି ରାଜା ଶ୍ରମିକଙ୍କ ହାତ କାଟିଦେଇଥିଲା । କିନ୍ତୁ ଆମ ଦେଶର ଇତିହାସ ବହିରେ ଏହାକୁ ନେଇ ବେଶୀ କିଛି ଲେଖାଯାଇନି । ସେ ଏତେ କ୍ରୁର ଥିଲା ଯେ, ତାଜମହଲ ତ ନିର୍ମାଣ କରିଦେଲେ, କିନ୍ତୁ ତା ପରେ ଶ୍ରମିକଙ୍କ ହାତକୁ ନୃଶଂସ ଭାବେ କାଟିଦେଲେ ।

-ଆଜି ପର୍ଯ୍ୟନ୍ତ NCERTର ପାଠ୍ୟକ୍ରମରେ କେବଳ ଏହି ଶାସକଙ୍କର ମହିମାମଣ୍ଡନ ହିଁ କରାଯାଇଛି । ଆଉ ଏହା ହିଁ କାରଣ ଥିଲା, ଯେଉଁଥିପାଇଁ ରାଜଧାନୀର ଅନେକ ପ୍ରମୁଖ ରାସ୍ତାର ନାଁ ଏହି ଶାସକଙ୍କ ନାଁରେ ହିଁ ରଖାଯାଇଛି ।

() ସିବିଏସସିର ଏହି ପରିବର୍ତ୍ତନକୁ ନେଇ ରାହୁଲ ଗାନ୍ଧୀ ଟ୍ବିଟ୍ ବି କରିଛନ୍ତି । ନିଜ ପୋଷ୍ଟର ପ୍ରଥମ ଲାଇନରେ ରାହୁଲ ଗାନ୍ଧୀ ଏହି ପରିବର୍ତ୍ତନକୁ RSSର ଏଜେଣ୍ଡା କହିଛନ୍ତି ।

ସତ ନାୟକଙ୍କୁ ଆମ ନୂଆ ପିଢ଼ିଙ୍କ ସାମ୍ନାରେ ରଖାଯାଏ । କିନ୍ତୁ ସ୍ବାଧୀନତାର ୭୦ ବର୍ଷ ପର୍ଯ୍ୟନ୍ତ ଆମକୁ ଯାହା ପଢ଼ାଗଲା ଓ ଶିକ୍ଷାଗଲା ତାହା ଅନେକାଂଶରେ ମିଛ ଓ ଭୁଲ୍ ତଥ୍ୟ ଆଧାରରେ ରହିଥିଲା । ଅନେକ ଭୁଲ୍ ରହିଥିଲା କିନ୍ତୁ ସବୁକିଛି ଅଜାଣତରେ ହେଇ ନ ଥିଲା । ଇତିହାସର ପୃଷ୍ଠାରେ ଏ ସବୁ ଜାଣିଶୁଣି ଲେଖାଗଲା କାରଣ, ଏକ ଖାସ ବର୍ଗର ବିଚାରାଧାରା ଓ ଖାସ୍ ପ୍ରକାରର ଭୋଟ୍‌ବ୍ୟାଙ୍କକୁ ମଜଭୁତ କରୁଥିଲା।

ଏବେ ବି ଦେଶର ୭୦୦ରୁ ଅଧିକ ଗାଁ, ଜିଲ୍ଲା ଓ ସହରର ନାଁ ମୋଗଲଙ୍କ ନାଁରେ ରହିଛି । ଏହା ଭିତରେ ୬୧ଟି ବାବରଙ୍କ ନାଁରେ, ୧୧ଟି ହୁମାୟୁ, ସବୁଠୁ ଅଧିକ ୨୫୧ ଆକବର, ଜାହାଙ୍ଗୀରଙ୍କୁ ନେଇ ୧୪୧, ସାହାଜାନଙ୍କୁ ନେଇ ୬୩ ଓ ଔରଙ୍ଗଜେବଙ୍କ ନାଁରେ ୧୭୭ଟି ସ୍ଥାନ ରହିଛି । ଯିଏ କି କାଶୀ ବିଶ୍ବନାଥଙ୍କ ମନ୍ଦିର ଭାଙ୍ଗିଥିଲା ଆଉ ହିନ୍ଦୁଙ୍କ ଉପୁରେ ଜଜିଆ କର ଲଗାଇଥିଲା । ଭାରତରେ ଲୋକଙ୍କୁ ସେତିକି ଇତିହାସ ବିଷୟରେ ଜଣାଗଲା ଯେତିକି ନେତାଙ୍କୁ ଠିକ୍ ଲାଗିଲା । ମୋଗଲଙ୍କ ମହିମା ମଣ୍ଡନ ପରେ ଯାହା କିଛି ବଳିଲା ତାକୁ ନେହରୁ ଗାନ୍ଧୀ ପରିବାର ନିଜ ନାଁରେ କରିବାକୁ ଚେଷ୍ଟା କଲେ ।

୨୦୧୨ରେ ଏକ ଆରଟିଆଇ ତଥ୍ୟରୁ ଏହି ଖୁଲାସା ହେଲା କି, ଏବେ ବି ଦେଶର ଅଧିକାଂଶ ସଂପତି ନେହେରୁ ଓ ଗାନ୍ଧୀ ପରିବାରଙ୍କ ଅଧୀନରେ ହିଁ ରହିଛି । ୨୦୧୨ର ତଥ୍ୟ ଅନୁସାରେ ଏହି ପରିବାର ନାଁରେ ୫୨ ସରକାରୀ ରାଜ୍ୟ ଯୋଜନା ରହିଛି, ୨୭ କେନ୍ଦ୍ରୀୟ ଯୋଜନା, ୨୮ ଖେଳର ଟୁର୍ଣ୍ଣାମେଣ୍ଟ, ୧୯ ଷ୍ଟାଡିୟମ, ୯୮ ଶିକ୍ଷାନୁଷ୍ଠାନ, ୫ ଏୟାରପୋର୍ଟ, ୩୯ ହସ୍ପିଟାଲ ଓ ମେଡିକାଲ କଲେଜ ଏବଂ ୭୪ ସଡ଼କ ଓ ବିଲ୍ଡିଂ ରହିଥିଲା ।

୧୯୪୭ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ପିଢ଼ି ଏଭଳି ଅନେକ ଭୁଲ ତଥ୍ୟ ଓ ମିଛକୁ ସ୍କୁଲ ଓକଲେଜରେ ପଢ଼ିଆସିଛନ୍ତି । ଆଉ ପିଲାବେଳେ ଆପଣଙ୍କୁ ଯାହା ପଢ଼ାଯାଏ ତାହା ଆପଣଙ୍କ ମୁଣ୍ଡରେ ବସିଯାଏ । ସେ କଥା ଆପଣଙ୍କୁ ଜୀବନସାରା ମନେରହେ । ଅନେକ ବର୍ଷ ଧରି ଆମକୁ ପଢ଼ାଯାଉଥିବା ମିଛ ଓ ଭୁଲକୁ ଆଜି ଯେତେବେଳେ ସୁଧାରିବାକୁ ଚେଷ୍ଟା କରାଯାଉଛି, ସେତେବେଳେ ସେହି ସମୟର ଲୋକ ଓ ସେହି ଚିନ୍ତାଧାରାର ଲୋକ ତାକୁ ବିରୋଧ କରୁଛନ୍ତି ।

Comments are closed, but trackbacks and pingbacks are open.