ସୁରୁଖୁରୁରେ ପରୀକ୍ଷା ଦେଉଛନ୍ତି +2 କଳା, ବାଣିଜ୍ୟ ଛାତ୍ର ଛାତ୍ରୀ

43

ଆଜିଠୁ ପ୍ଲସ୍ ଟୁ କଳା, ବାଣିଜ୍ୟ ପରୀକ୍ଷା । କଳାରେ 2 ଲକ୍ଷ 37 ହଜାର 750, ବାଣିଜ୍ୟରେ 26 ହଜାର 89 ଜଣ ପରୀକ୍ଷା ଦେବେ । ସେହିପରି 19 ତାରିଖଠୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେଉଥିବାବେଳେ 5 ହଜାର 791 ଜଣ ପିଲା ପରୀକ୍ଷା ଦେବେ । ମାର୍ଚ୍ଚ ୨୦ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । ସୋସିଆଲ ମିଡିଆର କୌଣସି ଗୁଜବ ତଥ୍ୟକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ । ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ନିଜ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତାକୁ ସଠିକ ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପରୀକ୍ଷା ହଲକୁ କଳା ବଲ୍ ପେନ ଏବଂ ଆଡ଼ମିଟ କାର୍ଡ ବ୍ୟତୀତ ଆଉ କୌଣସି ଜିନିଷ ନେଇପାରିବେ ନାହିଁ । ପରୀକ୍ଷାର 30 ମିନିଟ ପୂର୍ବରୁ ସେଣ୍ଟରେ ପଂହଁଚିବେ ପରୀକ୍ଷାର୍ଥୀ । ଦିବ୍ୟାଙ୍ଗ ପିଲା ମାନଙ୍କୁ ଅଧିକ 1 ଘଂଟା ସମୟ ଦିଆଯିବ । ଖୋର୍ଦ୍ଧାରେ 61ଟି କେନ୍ଦ୍ର, ଗଞ୍ଜାମରେ 73, ବାଲେଶ୍ବରରେ 66 ଓ ମାଲକାଗିରିରେ 14ଟି କେନ୍ଦ୍ର ହୋଇଛି । ଶୁକ୍ରବାର ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହୋଇସାରିଛି ।

Comments are closed, but trackbacks and pingbacks are open.