ପୁରୀରେ ୭୦୦ରୁ ଉର୍ଦ୍ଧ୍ବ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

18

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସବୁ ପ୍ରଶାସନିକ ଵିଭାଗ ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପୁରୀ ଆସି ରଥଯାତ୍ରା ନିମନ୍ତେ ଅଗ୍ନିଶମ ବିଭାଗର ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି । ପୁରୀ ସହରରେ ଥିବା ୭୦୦ରୁ ଅଧିକ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହେତୁ ଏହାକୁ ନେଇ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଛନ୍ତି । ରଥଯାତ୍ରା ପୁର୍ବରୁ ସବୁ ବ୍ୟବସାୟିକ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଅଗ୍ନିଶମ ଅଧକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀ ରହୁଥିବା ସ୍ଥାନ ସମେତ ସବୁ ହୋଟେଲ, ଲଜ୍, ଗେଷ୍ଟ ହାଉସ, ଯାତ୍ରୀ ନିବାସ, ହୋମ୍ ଷ୍ଟେ, ଧର୍ମଶାଳା ସମେତ ସପିଙ୍ଗ ମଲ୍ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡ଼ା ଯାଞ୍ଜ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀ ସହରରେ ଥିବା ଅଧିକାଂଶ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହୋଟେଲ୍, ଲଜ୍, ଗେଷ୍ଟ ହାଉସ ଗୁଡ଼ିକରେ ଯାତ୍ରୀ ରଖିବା ଉପରେ କଡା କଟକଣା ଲାଗିବା ଉଚିତ୍ ବୋଲି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି । ଅନେକ ଲଜିଂ ବିନା ଟ୍ରେଡ ଲାଇସେନ୍ସ ରେ ଓ ବିନା ଫାୟାର ସାର୍ଟିଫିକେଟ ରେ ବେଆଇନ ଭାବେ ଚାଲିଛି । ଏଗୁଡ଼ିକୁ ଶୀଘ୍ର ଯାଞ୍ଜ୍ କରାଯାଇ ବେଆଇନ୍ ଭାବେ ହୋଟେଲ, ଲଜ, ଗେଷ୍ଟ ହାଉସ କୁ ପ୍ରସାଶନ ସିଲ୍ କରିବା ସହ ବେଆଇନ କାର୍ଯ୍ଯ କରୁଥିବା ବ୍ୟକ୍ତିଙ୍କ ବିରୋଧ ରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି । ବଡ଼ଦାଣ୍ଡରେ ୪୮ ଟି ବିପଦଶଙ୍କୁଳ କୋଠା ଚିହ୍ନଟ କରିଛି ପ୍ରଶାସନ । ରଥଯାତ୍ରା ପୁର୍ବରୁ ଏହି ସବୁ କୋଠା କୁ ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି । ବିପଦଶଙ୍କୁଳ କୋଠା ତାଲିକାରେ ବଡ ଦାଣ୍ଡ ରେ ଥିବା ଗୋଏଙ୍କା ଧର୍ମଶାଳା, ରାଧା ବଲ୍ଲଭ ମଠ ଓ ଝାଞ୍ଜପିଟା ମଠ ରହିଛି ।

Comments are closed, but trackbacks and pingbacks are open.