“ଶେଷ ଶ୍ରାବଣର ଅଫେରା ମାଝୀ”
ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ୱର୍ଗତ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ୱରରେ ଆୟୋଜିତ ହେଉଛି “ଶେଷ ଶ୍ରାବଣର ଅଫେରା ମାଝୀ” ଶ୍ରଦ୍ଧାଞ୍ଜଳି ଉତ୍ସବ । ଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର, ୧ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ୭.୩୦ଟାରେ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଆୟୋଜକ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ।
ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାରେ ପ୍ରଣବ ପଟ୍ଟନାୟକଙ୍କ ଗୀତ ପରିବେଷଣ କରିବେ ତୃପ୍ତି ଦାସ, ଅନିନ୍ଦିତା ଦାସ, ସୌରଭ ନାୟକ, ସିଦ୍ଧାର୍ଥ ମିଶ୍ର, ସିଦ୍ଧାନ୍ତ ଶତପଥୀ, ପ୍ରତିଭା ପ୍ରଧାନ, ମିତାଲି ଚିନରା, ଲିରିକା ସିଂ, ଶାନ୍ତନୁ ନାୟକ, ସୁଧିରଞ୍ଜନ ମିଶ୍ର ଏବଂ ଛନ୍ଦା ମିଶ୍ର ll
ପ୍ରଣବ ପଟ୍ଟନାୟକ ୨୦ ଜାନୁଆରୀ ୧୯୩୮ରେ କଟକରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୧ ଅଗଷ୍ଟ ୨୦୨୬ରେ ୮୮ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ଗମନ କରିଥିଲେ। ଛଅ ଦଶନ୍ଧିରୁ ଅଧିକ ସମୟ ଧରି ସେ ୨୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଆ ସିନେମାର ଅନ୍ୟତମ ପ୍ରମୁଖ ସ୍ୱର ଭାବେ ପରିଚିତ ହୋଇଥିଲେ। ସେ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଜୟଦେବ ସମ୍ମାନ ପାଇଥିଲେ ଏବଂ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକାଧିକ ଥର ଜିତିଥିଲେ। ଚଳଚ୍ଚିତ୍ର ଗୀତ, ଓଡ଼ିଶୀ, ଭଜନ, ଲୋକଗୀତ, ଅର୍ଦ୍ଧ-ଶାସ୍ତ୍ରୀୟ ଓ ଗଜଲ – ସବୁ ଧାରାରେ ତାଙ୍କ କଣ୍ଠ ଅସାଧାରଣ ଓ ଅନନ୍ୟ ଥିଲା।
ସ୍ୱର୍ଗତ ପଟ୍ଟନାୟକ ଭୁବନେଶ୍ୱର ବାସିନ୍ଦା ଥିଲେ ଏବଂ ଏକାମ୍ର-ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଥିଲେ। ତାଙ୍କ ପରଲୋକ ପରେ ରାଜଧାନୀର ପ୍ରଥମ ସାର୍ବଜନୀନ ପ୍ରଣବ ଶ୍ରଦ୍ଧାଞ୍ଜଳିର ଆୟୋଜକ ବି ହେଲେ ସ୍ୱୟଂ ଏକାମ୍ର ବିଧାୟକ ବାବୁ ସିଂ।
ଶ୍ରୀ ବାବୁ ସିଂ କେବଳ ଜଣେ ବିଧାୟକ ନୁହଁନ୍ତି; ସେ ସୃଜନଶୀଳ ଓ ମଞ୍ଚ କଳାର ସହିତ ସମ୍ପୃକ୍ତି ତାଙ୍କର । ରାଜନୀତିରେ ପୂର୍ଣ୍ଣକାଳୀନ ଭାବେ ପ୍ରବେଶ କରିବା ପୂର୍ବରୁ ସେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ ଏବଂ ଓଡ଼ିଆ ସିନେମା, ଯାତ୍ରା ଓ ପାରମ୍ପରିକ ସଂସ୍କୃତି ପାଇଁ ଅବଦାନ ବି ପ୍ରଶଂସାଯୋଗ୍ୟ । ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ଜଣେ ଜନପ୍ରତିନିଧି ତାଙ୍କ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ଓଡ଼ିଶାର କିମ୍ବଦନ୍ତୀ ଗାୟକଙ୍କ ଶ୍ରଦ୍ଧାଞ୍ଜଳି ଉତ୍ସବ ନିମନ୍ତେ ଆଗେଇ ଆସିବାକୁ ସ୍ଥାନୀୟ ଭାବେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ନେତୃତ୍ୱ ଭାବେ ଦେଖାଯାଉଛି।
ସଙ୍ଗୀତ ଜଗତ ଯାହାଙ୍କୁ “ଅତୁଳନୀୟ ସଙ୍ଗୀତ ସାଧକ” ବୋଲି ସ୍ମରଣ କରିଛନ୍ତି, ସେହି ମହାନ କଣ୍ଠଶିଳ୍ପୀଙ୍କ ପାଇଁ ଭୁବନେଶ୍ୱରରେ ଏହା ହେବ ସର୍ବପ୍ରଥମ ଆୟୋଜିତ ସଂଗଠିତ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ଉତ୍ସବ, ଜଣେ ରାଜନେତାଙ୍କ ନିଜସ୍ୱ ଇଛାରେ, ପ୍ରଚେଷ୍ଟାରେ ।
Comments are closed, but trackbacks and pingbacks are open.